ଓଡିଶା

odisha

ETV Bharat / elections

ଆରମ୍ଭ ହେଲା ପୋଷ୍ଟାଲ ବାଲାଟ ଗଣତି

ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଗଣତି । ଭୁବନେଶ୍ବର ବିଜେବି କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ପ୍ରଥମେ ଏହି ଗଣତି ହୋଇଛି । ଏଥିପାଇଁ 5ଟି ଟେବୁଲ କରାଯାଇଛି । ଏହାପରେ 8ଟା 30 ମିନିଟ ସମୟରେ ଇଭିଏମ ଭୋଟ କାଉଣ୍ଟ ହେବ ।

By

Published : May 23, 2019, 9:42 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଗଣତି । ଭୁବନେଶ୍ବର ବିଜେବି କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ପ୍ରଥମେ ଏହି ଗଣତି ହୋଇଛି । ଏଥିପାଇଁ 5ଟି ଟେବୁଲ କରାଯାଇଛି । ଏହାପରେ 8ଟା 30 ମିନିଟ ସମୟରେ ଇଭିଏମ ଭୋଟ କାଉଣ୍ଟ ହେବ । ସକାଳ 6ଟା 30ରେ ଷ୍ଟ୍ରଙ୍ଗ ରୁମ ଖୋଲା ଯାଇଥିଲା । ବିଧାନସଭା ପାଇଁ 10ଟି ଲେଖାଏଁ ଟେବୁଲ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଲୋକସଭା ପାଇଁ ମଧ୍ୟ 10ଟି ଟେବୁଲ ରଖାଯାଇଛି । ଇଭିଏମ ପରେ ଭିଭିପାଟ କାଉଣ୍ଟ ହେବ । ପ୍ରତି ବିଧାନସଭା କ୍ଷେତ୍ରରୁ 5ଟି ଭିଭିପାଟ କାଉଣ୍ଟ ହେବ । ଭୁବନେଶ୍ବର ପାଇଁ 25ଟି ଭିଭିପାଟ କାଉଣ୍ଟ ହେବ । ପ୍ରତି ହଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ଗଣତି କେନ୍ଦ୍ର ବାହାରେ 16ଟି ସିସିଟିଭି ଲଗାଯାଇଛି । ଷ୍ଟ୍ରଙ୍ଗ ରୁମରେ ମଧ୍ୟ ସିସିଟିଭି ଲଗାହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details