ଓଡିଶା

odisha

ETV Bharat / elections

ମାଓ ଭୟ: ହେଲିକପ୍ଟରରେ ଯିବେ ପୋଲିଂ କର୍ମଚାରୀ - attack

ପୋଲିଂ କର୍ମଚାରୀଙ୍କୁ ହତ୍ୟା ପରେ ଚେତିଲା ପ୍ରଶାସନ । ଆବଶ୍ୟକ ହେଲେ ହେଲିକପ୍ଟରରେ ଯିବେ ପୋଲିଂ କର୍ମଚାରୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Apr 18, 2019, 10:24 PM IST

ଫୁଲବାଣୀ: ଜିଲ୍ଲାରେ ବୁଧବାର 2ଟି ସ୍ଥାନରେ ମାଓ ହମଲା ପରେ ରାଜ୍ୟ ପୋଲିସ ଓ ନିର୍ବାଚନ କର୍ତ୍ତୃପକ୍ଷଙ୍କର ଚେତା ପଶିଛି । ମାଓ ଆକ୍ରମଣ ପରେ ମୃତାହତ ଏବଂ ଭୟଭୀତ କର୍ମଚାରୀଙ୍କୁ ଉଦ୍ଧାର କରିବା ପୋଲିସ ପାଇଁ ସବୁଠାରୁ ବଡ ଚ୍ଯାଲେଞ୍ଜ ହୋଇଥିଲା ।

ଏନେଇ ଜିଲ୍ଲାର ଅତ୍ୟନ୍ତ ମାଓପ୍ରବଣ 257ଟି ବୁଥରୁ ପୋଲିଙ୍ଗ କର୍ମଚାରୀ ରିସିଭିଙ୍ଗ ସେଣ୍ଟରକୁ ଆସିବା ଆରମ୍ଭ କରିଦେଇଛନ୍ତି । ପଚାଶରୁ ଅଧିକ ବୁଥ ଅତ୍ୟନ୍ତ ମାଓ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ରହିଛି । ସେହି ସବୁ ବୁଥରେ କୌଣସି ପ୍ରକାର ଅସୁବିଧାକୁ ପ୍ରତିହତ କରିବା ପାଇଁ ଏବଂ ଆବଶ୍ୟକ ହେଲେ ପୋଲିଙ୍ଗ କର୍ମଚାରୀଙ୍କୁ ଏୟାର ଲିଫ୍ଟ କରିବା ପାଇଁ ଏକ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।

ତେବେ ଗୁରୁବାର ରାଜ୍ୟ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଆର.ପି କୋଚେ, ସିଆରପିଏଫ ଡିଆଇଜି, ଏସଓଜି କମାଣ୍ଡଡାଣ୍ଟ, ରେଞ୍ଜ ଆଇଜି ପ୍ରମୁଖ ବହୁ ଅଧିକାରୀ ଦିନତମାମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ରହି ନିର୍ବାଚନରେ ସୁରକ୍ଷା ନଜର ରଖିଥିଲେ । ଶେଷ ପୋଲିଙ୍ଗ ପାର୍ଟି ସୁରକ୍ଷିତ ଭାବେ ଫେରିବା ଯାଏଁ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.ପି କୋଚେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details