ଓଡିଶା

odisha

ETV Bharat / elections

ବିକାଶର ଧାରା ଆଗେଇବି, ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବି: ପ୍ରୀତମ ପାଢୀ

ସେମିଳିଗୁଡା ଅଂଚଳର ଚର୍ଚ୍ଚିତ ମାଳି ପର୍ବତରେ ବକ୍ସାଇଟ ଖନନକୁ ବିରୋଧ କରି ଚାଲିଥିବା ସଂଗ୍ରାମର ମଙ୍ଗ ଧରିଥିଲେ ପ୍ରୀତମ ପାଢ଼ୀ। ଆଉ ସେଦିନଠାରୁ ପ୍ରୀତମ ଜଣେ ରାଜନେତା ଭାବେ କାର୍ଯ୍ୟ କରି ଆସୁଥିଲେ। ଆଉ ଏବେ ସେ ବିକାଶର ଧାରା ଆଗେଇବା ସହ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବାକୁ ଅଗ୍ରସର।

By

Published : Apr 8, 2019, 12:40 PM IST

Updated : Apr 8, 2019, 3:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁ଼ଟ

କୋରାପୁଟ: ବିଧାନସଭା ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ପ୍ରଚାର ଜୋର ଧରିଥିବାବେଳେ , ଏହି ନିର୍ବାଚନ ଅନେକ ନେତାଙ୍କ ପାଇଁ ଭାଗ୍ୟ ପରୀକ୍ଷା କରିବାର ସୁଯୋଗ ଦେଇଛି। ଆଉ ଅନେକ ନେତାଙ୍କ ପରିଚୟ ବଦଳାଇ ଦେଇଛି। ଏମିତି ଜଣେ ନେତା ହେଉଛନ୍ତି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପ୍ରୀତମ ପାଢ଼ୀ । ଯିଏକି ଜଣେ ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେମିଳିଗୁଡା ଅଂଚଳରେ ଚର୍ଚ୍ଚିତ ମାଳି ପର୍ବତରେ ବକ୍ସାଇଟ ଖନନ କୁ ବିରୋଧ କରି ଚାଲିଥିବା ସଂଗ୍ରାମର ମଙ୍ଗ ଧରିଥିଲେ ପ୍ରୀତମ ପାଢ଼ୀ। ଆଉ ସେଦିନଠାରୁ ପ୍ରୀତମ ଜଣେ ରାଜନେତା ଭାବେ କାର୍ଯ୍ୟକରି ଆସୁଥିଲେ । ଚଳିତ ବିଧାନସଭା ନିର୍ବଚନରେ ପଟ୍ଟାଙ୍ଗି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରୀତମ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ "ପାଞ୍ଚଟି ପ୍ରଶ୍ନ ନେତାଙ୍କୁ" କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି ପଟ୍ଟାଙ୍ଗିର ବିକାଶ କରିବି । ଦେଖନ୍ତୁ କଣ କହୁଛନ୍ତି ପ୍ରୀତମ ପାଢୀ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : Apr 8, 2019, 3:10 PM IST

For All Latest Updates

ABOUT THE AUTHOR

...view details