ଗଜପତି: ଆରମ୍ଭ ହେଲା ହାଇଭୋଲ୍ଟେଜ ନେତାଙ୍କ ହାଇଭୋଲ୍ଟେଜ ପ୍ରଚାର ଅଭିଯାନ। ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଅଭିଯାନରେ ବ୍ୟସ୍ତ। ତେବେ ଗଜପତି ଜିଲ୍ଲାରେ ଦିନିକିଆ ଗସ୍ତରେ ଆସି ମାରାଥନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ ପଟ୍ଟନାୟକ । ରବିବାର ଅପରାହ୍ନ 2.10ରେ ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ମକାପଦାଠାରେ ପହଞ୍ଚିବେ ।
ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ଅପରାହ୍ନ 3.10ରେ ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାସହ ପାରଳାଖେମୁଣ୍ଡିରେ ଏକ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।