ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏଥର ସମସ୍ତ ଭୋଟର ମତଦାନ କରିବେ । ବାଦ ପଡିବେ ନାହି ଦିବ୍ୟାଙ୍ଗ ଭୋଟର । ଏମିତି ଏକ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭୋଟରଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ଲାଗି ସ୍ବତନ୍ତ୍ର ବ୍ୟବସ୍ତା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।
ଭୋଟ ଦେବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ସଚେତନତା ବାର୍ତ୍ତା - collector
ମାଲକାନଗିରି ଜିଲ୍ଲାରେ ଏଥର ସମସ୍ତ ଭୋଟର ମତଦାନ କରିବେ । ଏମିତି ଏକ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏଥର ସ୍ବତନ୍ତ୍ର ଗାଡି ଯୋଗେ ଦିବ୍ୟାଙ୍ଗଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣାଯିବାର ସୁବିଧା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ସୂଚନା ଅନୁଯାୟୀ, ଏଥର ଯେପରି ସମସ୍ତେ ଭୋଟ ଦେଇପାରିବେ ଏନେଇ ସଜାଗ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ତେବେ ସ୍ବତନ୍ତ୍ର ଗାଡି ଯୋଗେ ଦିବ୍ୟାଙ୍ଗଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣାଯିବାର ସୁବିଧା କରାଯାଇଛି । ଏହାପରେ ସେମାନଙ୍କ ଲାଗି ପାନୀୟ ଜଳ ବ୍ୟବସ୍ଥା ସହ ହ୍ୱିଲ୍ ଚେୟାର ମାଧ୍ୟମରେ ମତଦାନ କେନ୍ଦ୍ର ଭିତରେ ନିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସାଧାରଣ ଭୋଟରଙ୍କ ପରି ସେମାନଙ୍କୁ ଲମ୍ବା ଧାଡିରେ ମଧ୍ୟ ଠିଆ ହେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ