ଓଡିଶା

odisha

ETV Bharat / elections

6ଟା ପରେବି ଭୋଟ ଦେଇପାରିବେ ଭୋଟର - cast

5ଟା ସୁଦ୍ଧା ରାଜ୍ୟର 66% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଯେଉଁଠି ୬ଟା ପର୍ଯ୍ୟନ୍ତ ଧାଡିରେ ରହିଛନ୍ତି ଭୋଟର ସେମାନେ ଭୋଟ ଦେଇ ପାରିବେ ବୋଲି କହିଛନ୍ତି ସୁରେନ୍ଦ୍ର । ଭୋଟର ରାତି 7/8ଟା ସମୟ ପର୍ଯ୍ୟନ୍ତ ମତଦାନ କରିବେ ବୋଲି କହିଛନ୍ତି ଇସିଓ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 11, 2019, 8:35 PM IST

ଭୁବନେଶ୍ବର: ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଇଭିଏମରେ ସିଲ୍‌ ହୋଇଛି 4ଲୋକସଭା ଓ 28 ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ । 5ଟା ସୁଦ୍ଧା ରାଜ୍ୟର 66% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଯେଉଁଠି ୬ଟା ପର୍ଯ୍ୟନ୍ତ ଧାଡିରେ ରହିଛନ୍ତି ଭୋଟର ସେମାନେ ଭୋଟ ଦେଇ ପାରିବେ ବୋଲି କହିଛନ୍ତି ସୁରେନ୍ଦ୍ର । ଭୋଟର ରାତି 7/8ଟା ସମୟ ପର୍ଯ୍ୟନ୍ତ ମତଦାନ କରିବେ ବୋଲି କହିଛନ୍ତି ଇସିଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଯେ ରାଜ୍ୟର ମାଓ ଉପଦ୍ରୁତ ଅଞ୍ଚଳରେ ମତଦାନ ସମୟ ଗଡିଥିଲେ ବି ଅନେକ ଭୋଟର ଭୋଟ ଦେବାକୁ ଛିଡା ହୋଇ ରହିଥିଲେ । ଭୋଟ ଗ୍ରହଣ ପାଇଁ ଅପରାହ୍ନ 4ଟା ଶେଷ ସମୟ ରହିଥିଲେ ବି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିଥିଲା । ଏହାସହ ଯେଉଁ ସବୁ ସ୍ଥାନରେ ଭୋଟ ଗ୍ରହଣର ଶେଷ ସମୟ 6ଟା ଥିଲା ସେଠାରେ 6ଟା ପର୍ଯ୍ୟନ୍ତ ଧାଡିରେ ଥିବା ଭୋଟର ଭୋଟ ଦେଇ ପାରିବେ ବୋଲି କହିଛନ୍ତି ଇସିଓ ।

ମାଓ ଉପଦ୍ରୁତ ବିଭିନ୍ନ ଅଞ୍ଚଳରେ ଯେଉଁଠି ଲୋକେ ଭୋଟ ବର୍ଜନ କରିଛନ୍ତି ସେଠାରେ ଆଉ ପୁନଃ ନିର୍ବାଚନ ହେବ ନାହିଁ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର । ପୋଲିଂ ପାର୍ଟି ଫେରିଲେ ସେମାନଙ୍କ 17C ଫର୍ମର ଯାଞ୍ଚ ପରେ ସମସ୍ତ ସୂଚନା ମିଳିପାରିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏଠାରେ ସୂଚନା ଯୋଗ୍ୟ ଯେ ମାଲକାନଗିରିର ଚିତ୍ରକୋଣ୍ଡା ର 6-7ଟି ମତଦାନ କେନ୍ଦ୍ରରେ ଲୋକେ ଭୋଟ ବର୍ଜନ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details