ଓଡିଶା

odisha

ETV Bharat / elections

‘ନିର୍ଭୟରେ ଆସି ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ’ - PEOPLE

କୋରାପୁଟ ଆରକ୍ଷୀ ଅଧିକ୍ଷକ ନେତାଙ୍କୁ ଏସଓପି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ସମସ୍ତେ ବିନା କୌଣସି ଡର ଏବଂ ଭୟରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 10, 2019, 5:03 PM IST

କୋରାପୁଟ: ସାଧାରଣ ନିର୍ବାଚନ ପୂର୍ବରୁ ମଙ୍ଗଳବାର ଛତିଶଗଡର ଦାନ୍ତେୱାଡା ଠାରେ ଲାଲବାହିନୀ ରକ୍ତର ହୋରି ଖେଳିଥିଲା। ତେବେ ନିର୍ବାଚନୀ ମାହୋଲରେ ‘ଲାଲ ହିଂସା’ ବର୍ତ୍ତମାନ ସୁରକ୍ଷା ବଳ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି। ନିର୍ବାଚନ ପାଇଁ ସବୁଠି ନେତାମାନେ ପ୍ରଚାର ଚଳାଇଥିବାବେଳେ ଲାଲ ବାହିନୀର ଲଙ୍କାକାଣ୍ଡ ସୁରକ୍ଷାବଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଏପରିକି ମାଓ ସଂଗଠନ ନିର୍ବାଚନ ଭଣ୍ଡୁର ପାଇଁ ଉଦ୍ୟମ ଆରମ୍ଭ କରିଦେଇଛିି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏପରି ସ୍ଥଳେ ନିର୍ବାଚନକୁ ଶାନ୍ତି, ଶୃଙ୍ଖଳା ସହ ନେତାଙ୍କ ସୁରକ୍ଷା ଏବେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଚ ପାଲଟିଛି। ନେତାଙ୍କ ସୁରକ୍ଷା ନିମନ୍ତେ ମଙ୍ଗଳବାର ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ ଶର୍ମା ଏସଓପି ପାଳନ କରିବା ପାଇଁ ସବୁ ନେତାଙ୍କୁ ଅନୁରୋଧ କରିଥିଲେ । ତେବେ ଆଜି (ବୁଧବାର) କୋରାପୁଟ ଆରକ୍ଷୀ ଅଧିକ୍ଷକ କନୱର ବିଶାଲ୍ ସିଂ ମଧ୍ୟ ନେତାଙ୍କୁ ଏସଓପି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।

ଏହାସହ କୋରାପୁଟବାସୀଙ୍କୁ ସେ ଅନୁରୋଧ କରି କହିଛନ୍ତି, ସମସ୍ତେ ନିର୍ଭୟରେ ଆସି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ।


କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details