ଓଡିଶା

odisha

ETV Bharat / elections

ଭୋଟ ଗଣତି ପାଇଁ କୋରାପୁଟରେ ବ୍ୟାପକ ବ୍ୟବସ୍ଥା

ଆସନ୍ତା 23ରେ ହେବ ଭୋଟ ଗଣତି ପୂର୍ବରୁ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସମସ୍ତ ଅଧିନସ୍ଥ ଏସପିଙ୍କ ସହ ମିଳିତ ବୈଠକ କରି ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

By

Published : May 21, 2019, 9:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସରିଛି ଗଣତନ୍ତ୍ରର ମହାପର୍ବ ଭୋଟଗ୍ରହଣ । ଆସନ୍ତା 23ରେ ବାହାରିବ ଫଳାଫଳ ଆଉ ହେବ ଭୋଟ ଗଣତି । ଭୋଟ ଗଣତି ପାଇଁ ଏବେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୁରକ୍ଷା ପାଇଁ ମଧ୍ୟ ପୋଲିସ ନେଇଛି ବ୍ୟାପକ ପଦକ୍ଷେପ । ବିଶେଷ କରି ରାଜ୍ୟର ଲାଲଗଡ ପାଇଁ ବିଶେଷ ଧ୍ୟାନ ଦେଇଛି ପୋଲିସ । ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ହିମାଶୁଂ ଲାଲଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ବୈଠକରେ କଳାହାଣ୍ଡି, କୋରାପୁଟ, ମାଲକାନଗିରିଓ ନବରଙ୍ଗପୁର ଏସପିମାନେ ଯୋଗଦେଇଥିବାବେଳେ ଭୋଟ ଗଣତି ଦିନ ସୁରକ୍ଷା ବ୍ୟବସ୍ଥାକୁ କିଭଳି ସୁ-ନିଶ୍ଚିତ କରାଯିବ ସେ ବିଷୟରେ ଡିଆଇଜି ଲାଲ ସମସ୍ତଙ୍କୁ ଅବଗତ କରିଥିଲେ ।

ଅପରପକ୍ଷରେ କୋରାପୁଟ ଜିଲ୍ଲାରେ କୋରାପୁଟର ସରକାରୀ ମହାବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟ ଠାରେ ଭୋଟ ଗଣତି ହେବାକୁ ଥିବାବେଳେ କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର , କୋଟପାଡ ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀର ଭୋଟ ଗଣତି ପାଇଁ ପ୍ରତି ରାଉଣ୍ଡରେ 10ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details