ଓଡିଶା

odisha

ETV Bharat / elections

ବାଲେଶ୍ୱରକୁ ସ୍ମାର୍ଟ ସିଟି ଭାବେ ଗଢ଼ି ତୋଳିବି: ମାନସ ଦାସପଟ୍ଟନାୟକ

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ଦାସପଟ୍ଟନାୟକଙ୍କୁ କଂଗ୍ରେସ ଏଥର ଟିକେଟ ଦେଇଛି । ତେଣୁ ବାଲେଶ୍ବର ସହରର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରିବାକୁ ସେ ଅଣ୍ଟା ଭିଡ଼ିବେ ବୋଲି କହିଛନ୍ତି ।

By

Published : Apr 7, 2019, 11:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ଦାସପଟ୍ଟନାୟକଙ୍କୁ କଂଗ୍ରେସ ଏଥର ଟିକେଟ ଦେଇଛି । ତେଣୁ ଆଗାମୀ ନିର୍ବାଚନରେ ଜିତିଲେ ସେ ବାଲେଶ୍ୱରକୁ ସ୍ମାର୍ଟ ସିଟି ଭାବେ ଗଢ଼ି ତୋଳିବାକୁ ସ୍ୱପ୍ନ ଦେଖିଛନ୍ତି ବୋଲି ମାନସ ପାଞ୍ଚ ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଉତ୍ତର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ବାଲେଶ୍ବର ସହରର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରିବାକୁ ସେ ଅଣ୍ଟା ଭିଡ଼ିବେ ବୋଲି କହିଛନ୍ତି । ଏଥିସହ ନିର୍ବାଚନ ଜିତିଲେ କୃଷିର ବିକାଶ ସାଙ୍ଗକୁ ଯୁବକଙ୍କୁ ପ୍ରଥମ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ଏଥର କଂଗ୍ରେସ, କେବଳ କଂଗ୍ରେସ ମାନସଙ୍କ ସ୍ଲୋଗାନ ରହିବ ବୋଲି କହିଛନ୍ତି ।



ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details