ଓଡିଶା

odisha

ETV Bharat / elections

ବାଲେଶ୍ବରରେ ଜମୁଛି ନିର୍ବାଚନୀ ପ୍ରଚାର: କଂଗ୍ରେସ ପାଇଁ ମୈଦାନରେ ଷ୍ଟାର - ଜମୁଛି ନିର୍ବାଚନ ପ୍ରଚାର

ବାଲେଶ୍ବରରେ କଂଗ୍ରେସ ପାଇଁ ପ୍ରଚାର କଲେ ଓଲିଉଡ୍ ଷ୍ଟାର। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍। ସେପଟେ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜିଲ୍ଲାରେ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Apr 18, 2019, 8:55 AM IST


ବାଲେଶ୍ବର: ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ବର ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି। ନିର୍ବାଚନ ପାଇଁ ହାତରେ ଆଉ ଦିନ କେଇଟା ବାକି ଥିବାରୁ ଜିଲ୍ଲାରେ ଜୋର ଧରିଛି ନିର୍ବାଚନୀ ପ୍ରଚାର। କିଏ ରୋଡ଼ ସୋ’ କରୁଛି ତ କିଏ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଘରଘର ବୁଲି ନିଜ ସପକ୍ଷରେ ସମର୍ଥନ ମାଗୁଛି।

ରାଜ୍ୟର ଏକ ପ୍ରମୁଖ ଲୋକସଭା କ୍ଷେତ୍ର ଭାବେ ବାଲେଶ୍ବର ଆସନ ପରିଗଣିତ। ଆସନରେ ବସିବାକୁ ବହୁ ଦଳ ଚେଷ୍ଟା ଜାରି ରଖିଥିବା ବେଳେ ଏଥର କିନ୍ତୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖ ଲଢେଇ ଦେଖିବାକୁ ମିଳିବ। ବିଜେଡିରୁ ସାଂସଦ ରବିନ୍ଦ୍ର କୁମାର ଜେନା, କଂଗ୍ରେସର ଯୁବନେତା ନବଜ୍ୟୋତି ପଟ୍ଟନାୟକ ଓ ବିଜେପିରୁ ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୈଦାନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଥିବା ବେଳେ ବୁଧବାର କଂଗ୍ରେସ ପାଇଁ ଭୋଟ୍ ମାଗିଥିଲେ ଷ୍ଟାର ପ୍ରଚାରକ । ବାଲେଶ୍ବରକୁ ଓଲିଉଡ୍‌ ଅଭିନେତା ସୁଜିତ ପାଇକରାୟ ଓ ଅଭିନେତ୍ରୀ ଦେବିକା ସାମଲ ଆସି କଂଗ୍ରେସ ପ୍ରାର୍ଥୀ ନବଜୋତଙ୍କ ପାଇଁ ଭୋଟ୍ ମାଗିଥିଲେ ।

ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ବିରାଟ ରାଲିର ଆୟୋଜନ ହୋଇଥିଲା । ପରେ ଏକ ସାଧାରଣ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଟେଟ୍ କରିଥିଲେ କଂଗ୍ରେସ ନେତା । ଜିଲ୍ଲାରେ ଶିଳ୍ପର ଉନ୍ନତି ଓ ଚାଷୀଙ୍କ ଉନ୍ନତି କଥା କେହି ଚିନ୍ତା କରି ନାହାନ୍ତି ବୋଲି କହିଥିଲେ। ବାଲେଶ୍ୱରକୁ ନେଇ ଦେଖିଥିବା ସ୍ୱପ୍ନ ପୂରଣ ପାଇଁ ସମର୍ଥନର ଆବଶ୍ୟକତା ଅଛି ବୋଲି ସେ କହିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details