ଓଡିଶା

odisha

ETV Bharat / elections

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ: ବିଜେପି-ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଲୋକସଭା ଓ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ନାମାଙ୍କନ ଦାଖଲ । ନିଜର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କଲେ କେନ୍ଦୁଝର ଜିଲ୍ଲାର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଓ ଘସିପୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ।

By

Published : Apr 4, 2019, 7:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଗୁରୁବାର ରାଜ୍ୟର କେତେକ ସ୍ଥାନରୁ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ ନାମାଙ୍କନ ଦାଖଲ କରିଛନ୍ତି । ଅନନ୍ତ ନିଜର ହଜାର ହଜାର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ପରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଓ ଘସିପୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ଦଳର 3 ଜଣ ପ୍ରାର୍ଥୀ ଏଥର ଓଡିଶାରେ ପଦ୍ମ ଫୁଟିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେହିପରି ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ଆଲୋକଙ୍କୁ ଟକ୍କର ଦେବାକୁ ସମାନ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଭାଗୀରଥି ସେଠୀ ମଇଦାନକୁ ଓହ୍ଲାଇଛନ୍ତି । ଭାଗୀରଥି ଫକୀରପୁରସ୍ଥିତ ବିଜେଡି କାର୍ଯ୍ୟାଳୟରୁ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ସେଠାରେ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details