ଓଡିଶା

odisha

ETV Bharat / elections

ସ୍ବାର୍ଥହୀନ ରାଜନୀତି କରିବେ ଗମାଙ୍ଗ - ରାୟଗଡ଼ା

ସ୍ବଚ୍ଛ ଓ ଦୁର୍ନିତିମୁକ୍ତ ଶାସନରେ ବିଶ୍ବାସ କରନ୍ତି ଗୁଣପୁର ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ। ଯୋଗାଣ ଅଧିକାରୀ ଚାକିରୀ ଛାଡି ପ୍ରଥମଥର ପାଇଁ ବିଧାନସଭା ଆସନକୁ ଓହ୍ଲାଇଥିବା ରଘୁନାଥ ଏଥର କଡା ଟକ୍କର ଦେବେ ନିଜ ପୁତୁରା ତଥା କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

By

Published : Apr 8, 2019, 12:42 PM IST

Updated : Apr 8, 2019, 1:15 PM IST

ରାୟଗଡ଼ା: ବେଶ ରୋଚକ ମୋଡରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ପ୍ରଥମ ଥର ଗୁଣପୁର ବିଧାନସଭା ଆସନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ । ଯୋଗାଣ ଅଧିକାରୀ ଚାକିରି ଛାଡି ସେ ଚଳିତ ଥର ରାଜନୀତିକୁ ଓହ୍ଲାଇଥିବା ବେଳେ ଦାଦା-ପୁତୁରାଙ୍କ ଟକ୍କର ଦେଖିବାକୁ ମିଳିବ। କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗ ଓ ବିଜେଡି ପ୍ରାର୍ଥୀ ରଘୁନାଥ ଉଭୟେ ସମ୍ପର୍କରେ ଦାଦା ପୁତୁରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ପ୍ରଥମ ଥର ରାଜନୀତିରେ ପ୍ରବେଶ କରିଥିବା ଗମାଙ୍ଗ ବିଭିନ୍ନ ଯୋଜନା ନେଇ ଲୋକଙ୍କୁ ପାଖକୁ ଯିବେ ବୋଲି ଇଟିଭି ଭାରତର 'ନେତାଙ୍କୁ 5ଟି ପ୍ରଶ୍ନ' କାର୍ଯ୍ୟକ୍ରମରେ ଉତ୍ତର ଦେଇଥିଲେ।

ଗୁଣପୁର ଅଞ୍ଚଳବାସୀ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ଏଠାରେ ଜଳ ମୁଖ୍ୟ ସମସ୍ୟା ରହିଆସିଛି। ତେଣୁ ବିଜୟ ପରେ ଚାଷୀମାନଙ୍କ ପାଇଁ ଜଳସେଚନର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଗମାଙ୍ଗ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 8, 2019, 1:15 PM IST

ABOUT THE AUTHOR

...view details