ଓଡିଶା

odisha

ETV Bharat / elections

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ପ୍ରସ୍ତୁତ ମାଓ ଇଲାକା ମାଲକାନଗିରି - Malkangir

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ହେବ 11ତାରିଖରେ ଭୋଟ ଗ୍ରହଣ। ମାଓ ଇଲାକା ମାଲକାନଗିରିରେ ପ୍ରାର୍ଥୀଙ୍କ ସରିଛି ପ୍ରଚାର। ପ୍ରତିଶ୍ରୁତିର ପାହାଡ ଛିଡା କରି ପ୍ରାର୍ଥୀ ଏବେ ଭୋଟରଙ୍କ ଭରସାରେ। ଅନ୍ୟ ପଟେ ଆଦିବାସୀଙ୍କ ସ୍ବାର୍ଥ ପାଇଁ ଯେଉଁ ନେତା କାମ କରିବେ ତାଙ୍କୁ ଭୋଟ ଦେବା ଲାଗି ଗାଁ ଗାଁରେ ଲିଫଲେଟ ବାଣ୍ଟିଛି ଆଦିବାସୀ ମହାସଂଘ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Apr 10, 2019, 12:07 AM IST

ମାଲକାନଗିରି: ନିର୍ବାଚନ ପାଇଁ ମାଲକାନଗିରିରେ ସ୍ବତନ୍ତ୍ର ପ୍ରସ୍ତୁତି । ମଝିରେ ଗୋଟିଏ ଦିନର ବ୍ୟବଧାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ହେବ 11ତାରିଖରେ ଭୋଟ ଗ୍ରହଣ। ମାଓ ଇଲାକା ମାଲକାନଗିରି ପ୍ରାର୍ଥୀଙ୍କ ସରିଛି ପ୍ରଚାର। ପ୍ରତିଶ୍ରୁତିର ପାହାଡ ଛିଡା କରି ପ୍ରାର୍ଥୀ ଏବେ ଭୋଟରଙ୍କ ଭରସାରେ। ଅନ୍ୟ ପଟେ ଆଦିବାସୀଙ୍କ ସ୍ବାର୍ଥ ପାଇଁ ଯେଉଁ ନେତା କାମ କରିବେ ତାଙ୍କୁ ଭୋଟ ଦେବା ଲାଗି ଗାଁ ଗାଁରେ ଲିଫଲେଟ ବାଣ୍ଟିଛି ଆଦିବାସୀ ମହାସଂଘ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ରାଜ୍ୟର ପ୍ରମୁଖ ୩ ଟି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନରେ ଜିତିବା ଲାଗି ନିଜ ନିଜର ଦଳର ସବୁ ବଳ ପ୍ରୟୋଗ କରି ସାରିଥିବା ବେଳେ ଜିତିବାର ଆଶା ରଖିଛନ୍ତି ସମସ୍ତ ପ୍ରାର୍ଥୀ । ତେବେ ଆଦିବାସିଙ୍କ ଲାଗି ସଂରକ୍ଷିତ ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ମାଲକାନଗିରି ଓ ଚିତ୍ରକୋଣ୍ଡା ଲାଗି କୌଣସି ରାଜନୈତିକ ଦଳ ସେମାନଙ୍କ ମନ ପସନ୍ଦ ପ୍ରାର୍ଥୀ ଦେଇ ନଥିବାରୁ ଆଦିବାସି ମହାସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।


ମାଓ ପ୍ରବଣ ଅଞ୍ଚଳକୁ ରହିଛି ନକ୍ସଲ ଆତଙ୍କରାଜର ଭୟ । ମାତ୍ର ଭୟକୁ ବେଖାତିର କରି ପୋଲିଂ ପାର୍ଟି ନିଜ କର୍ତ୍ତବ୍ୟ ପଥରେ । ସେପଟେ ଯବାନ ଓ ବାୟୁସେନାର ହେଲିକାପ୍ଟର ଜାଗ୍ରତ । ପୋଲିଂ ପାର୍ଟିଙ୍କ ଗମାନାଗମନ ପାଇଁ ପାଇଁ କରାଯାଇଛି ପୃଥକ ପୃଥକ ବ୍ୟବସ୍ଥା । ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଚ୍ଛିନ୍ନାଞ୍ଚଳର ସ୍ପର୍ଶକାତର ମତଦାନ କେନ୍ଦ୍ରରେ ସ୍ବଚ୍ଛ, ଅବାଧ, ଶୃଙ୍ଖଳିତ, ନିରପେକ୍ଷ ମତଦାନ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଶତପ୍ରତିଶତ ସଜାଗ ।

ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ଲାଗି ୫୪୦ ଟି ମତଦାନ କେନ୍ଦ୍ର କରାଯାଇଛି । ଯାହା ମଧ୍ୟରେ ରହିଛି ୧୨୬ ଟି ଅତି ସମ୍ବେଦନଶୀଳ ବୁଥ । ସେ ସବୁ ବୁଥରେ ସୁରକ୍ଷା ବ୍ୟାବସ୍ତା କଡା କଡି କରାଯାଇଛି । ଏହା ସହ ବି.ଏସ.ଏଫ, ଏସ.ଓ.ଜି, ଆଇ.ଆର.ବି ଓ ଡି.ଭି.ଏଫ ବାହିନି ପକ୍ଷରୁ ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପରେସନ କରାଯାଉଛି। ବିଶେଷ କରି ମାଓ ପ୍ରବଣ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରିବା ଲାଗି ଜିଲ୍ଲା ପ୍ରଶାସନ ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଚ୍ଛିନ୍ନାଞ୍ଚଳର ୯ ଟି ଭିନ୍ନ ଭିନ୍ନ ବୁଥକୁ ଏକାଠି କରାଯାଇଛି । ଯେଉଁଠି ବାୟୁ ସେନାର ହେଲିକ୍ୟାପଟର ଯୋଗେ ଆସନ୍ତା କାଲି ପୋଲିଂ ପାର୍ଟି ମତଦାନ କେନ୍ଦ୍ରକୁ ଯିବେ ଓ ଭୋଟ ପରେ ପୁଣି ୧୧ ତାରିଖ ଅପରାହ୍ନରେ ହେଲିକ୍ୟାପଟର ଯୋଗେଁ ମାଲକାନଗିରି ଫେରିବେ । ଅନ୍ୟ ସବୁ ଅଞ୍ଚଳ ପାଇଁ ବସ ଯୋଗଁ ଆଜି ଅଧିକାଂଶ ପୋଲିଂ ପାର୍ଟି ପଠା ଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।


ଗୋଟିଏ ପଟେ ମାଓ ଭୟ, ଅନ୍ୟପଟେ ଗଣତନ୍ତ୍ରର ବଡ ପର୍ବ । ଏପରି ପରିସ୍ଥିତିରେ ମାଲକାନଗିରି ବାସୀଙ୍କୁ ବୁଥକୁ ଟାଣି ଆଣିବ ସେମାନଙ୍କ ଦୃଢ ମନୋବଳ। ମୋଟାମୋଟି କହିବାକୁ ଗଲେ ମତଦାନ ପାଇଁ ମାଲକାନଗିରି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ମାଲକାନଗିରି ଜିଲ୍ଲାର ୪,୨୦,୩୫୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details