କୋରାପୁଟ: ଆରମ୍ଭରୁ ରାଜ୍ୟରେ ଚାଲିଥିବା ମତଦାନରେ ବିଭ୍ରାଟ। ମାଲକାନଗିରି, ନୂଆପଡା ପରେ ଏବେ କୋରାପୁଟରେ ମଧ୍ୟ ଇଭିଏମ ଅଚଳ ହୋଇଥିବା ନେଇ ସୂଚନା ମିଳିଛି।
କୋରାପୁଟର ସହରରେ ବାଳିକା ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ଜେଇଏଲସି ଉଚ୍ଚ ବିଦ୍ୟାଳୟ ଓ ରେଳବାଇ କଲୋନୀରେ ହୋଇଥିବା ବୁଥରେ ଇଭିଏମ ମେସିନ ଅଚଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଭିଏମ ଅଚଳ ହୋଇଥିବା କାରଣରୁ ସେଠାରେ ମତଦାନ ଆରମ୍ଭ ହୋଇ ପାରିନଥିବା ଜଣାପଡ଼ିଛି।