ଓଡିଶା

odisha

ETV Bharat / elections

ସୁବର୍ଣ୍ଣପୁରରେ ପିଙ୍କ ବୁଥ୍, ପରିଚାଳନା କରୁଛନ୍ତି ମହିଳା

ସୋନପୁର ସହରର ମଝିପଡାଠାରେ 185 ଓ 186 ନମ୍ବର ବୁଥ ଦୁଇଟିକୁ ପିଙ୍କ ବୁଥ ଭାବେ ପରିଣତ କରାଯାଇଛି । ଏହି ବୁଥକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରୁଛନ୍ତି । ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମିଶାଇ 5 ଜଣ ଲେଖାଏଁ ମହିଳା କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି।

By

Published : Apr 18, 2019, 7:42 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ପାଇଁ ନିର୍ବାଚନ ଚାଲିଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୋନପୁର ସହରର ମଝିପଡାଠାରେ 185 ଓ 186 ନମ୍ବର ବୁଥ ଦୁଇଟିକୁ ପିଙ୍କ ବୁଥ ଭାବେ ପରିଣତ କରାଯାଇଛି । ଏହି ବୁଥକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରୁଛନ୍ତି । ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମିଶାଇ 5 ଜଣ ଲେଖାଏଁ ମହିଳା କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି ।

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଭୋଟର ମାନଙ୍କ ପାଇଁ ପିଇବା ପାଣି, ସାଇକେଲ ଷ୍ଟାଣ୍ଡ, ବିଶ୍ରାମ ସ୍ଥଳୀ ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ବିଲ ଚେୟାର ଆଦି ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡିଛି । ତେବେ ପିଙ୍କ ବୁଥରେ ମତଦାନ ପୂର୍ବରୁ କିପରି ରହିଥିଲା ସ୍ଥିତି ସେ ନେଇ ବୁଥରେ ସ୍ଥିତି ପରଖିଥିଲେ ଇଟିଭି ଭାରତ ପ୍ରତିନିଧି....

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details