ଜଗତସିଂହପୁର: ଆଉମାତ୍ର ଦୁଇ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏନେଇ ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ପ୍ରେଟୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ବୋରିକିନା କଲେଜ ପଡିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନବୀନଙ୍କୁ ଟାର୍ଗେଟ କରିଥିଲେ ।
ସେ କହିଥିଲେ, ନବୀନବାବୁ ଆଉ ମାସକର ମୁଖ୍ୟମନ୍ତ୍ରୀ । କାରଣ ମହାବାତ୍ୟା ପରେ ପରେ ବାଜପେୟୀ ସରକାର ୭ ଲକ୍ଷ ଘର ଓ ୧୨ ଶହ କୋଟି ଟଙ୍କାର ସହାୟତା ଦେଇଥିଲେ । କିନ୍ତୁ ନବୀନ ସରକାର ଲୋକଙ୍କୁ ଭୂଆଁ ବୁଲାଇ ଓଡିଶାବାସୀଙ୍କ ପାଇଁ କିଛି କରି ନଥିବା ସେ କହିଥିଲେ ।