ଓଡିଶା

odisha

ETV Bharat / elections

ନିର୍ବାଚନୀ ଖର୍ଚ୍ଚ ପ୍ରଣାଳୀ ନେଇ ଜିଲ୍ଲାପାଳଙ୍କ ଆଲୋଚନା

ସିଲଭରସିଟିରେ ଆସନ୍ତା 23 ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 10, 2019, 7:57 PM IST

କଟକ: ସିଲଭରସିଟିରେ ଆସନ୍ତା 23 ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯାୟ ନିର୍ବାଚନ । ପ୍ରମୁଖ 6ଟି ନିର୍ବାଚନ ମଣ୍ଡଳୀ, ବାରବାଟୀ କଟକ, ଚୌଦ୍ୱାର , ବଡମ୍ବା ନରସିଂହପୁର, ଆଠଗଡ଼ , ସଦର , ବାଙ୍କୀରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ନିର୍ବାଚନ ସମୟରେ ବା ପୂର୍ବରୁ କେତେ ଅର୍ଥ ଖର୍ଚ୍ଚ ହୋଇଛି, ଏନେଇ ବୁଧବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ବୁଧବାର ଜିଲ୍ଲାପାଳ ବ୍ୟୟ ନିରୀକ୍ଷକ ଅଫିସର, ତମାମ ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥୀ ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା କରି ବ୍ୟୟ ସମ୍ପର୍କରେ ଅବଗତ ହୋଇଛନ୍ତି । ଏଥିସହ କେତେ ଅର୍ଥ ଖର୍ଚ୍ଚ ହେଲେ ଏକ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସମ୍ଭବ ହୋଇପାରିବ, ଏନେଇ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଏହାସହ ସ୍କ୍ୱାର୍ଡ ଟିମ ବେଆଇନ ଅର୍ଥ ଚାଲାଣ ଉପରେ ସର୍ଵଦା ନିଜର ରଖିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ , ଆସନ୍ତା ୨୩ ତାରିଖରେ କଟକରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ 6ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଏହାପରେ ଏପ୍ରିଲ 29ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ 3ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details