ଓଡିଶା

odisha

ETV Bharat / elections

କଂଗ୍ରେସର ନୂଆ ପ୍ରାର୍ଥୀ ଘୋଷଣା: ଯୁଧିଷ୍ଠିରଙ୍କ ବଦଳରେ ଅଜିତ୍ , ଅନୁଭବଙ୍କ କଟିଲା ଟିକେଟ୍‌ - କଂଗ୍ରେସ ପ୍ରାର୍ଥୀ ଘୋଷଣା

ପିପିଲି ପାଇଁ ନୂତନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ରାଜ୍ୟର 3 ବିଧାନସଭା ଆସନରେ ଦଳ 2ଟିରେ ନୂଆ ମୁହଁକୁ ସାମିଲ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 4, 2019, 3:23 PM IST

Updated : Apr 4, 2019, 4:14 PM IST

ଭୁବନେଶ୍ବର: ପିପିଲି ପାଇଁ ନୂତନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରାଜ୍ୟର 3 ବିଧାନସଭା ଆସନରେ ଦଳ 2ଟିରେ ନୂଆ ମୁହଁକୁ ସାମିଲ କରିଛି। ପିପିଲି ଆସନରେ ଯୁଧିଷ୍ଠିରଙ୍କ ବଦଳରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଖୋର୍ଦ୍ଧା ଆସନ ପାଇଁ ସ୍ୱାଗତିକା ପଟ୍ଟନାୟକ ଓ ଖଣ୍ଡପଡାରୁ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପିପିଲ ଆସନ ପାଇଁ ଦଳ ଯୁଧିଷ୍ଠିରଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନ ଲଢିବା ପାଇଁ ଯୁଧିଷ୍ଠିର ମନା କରିବା ପରେ ତାଙ୍କ ବଦଳରେ ଅଜିତ୍ ମଙ୍ଗରାଜଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଖଣ୍ଡପଡା ଆସନରୁ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍‌ କାଟି ନୂଆ ମୁହଁ ଭାବେ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କରିଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 4, 2019, 4:14 PM IST

ABOUT THE AUTHOR

...view details