ଓଡିଶା

odisha

ETV Bharat / elections

'ନୋଟା ନୁହେଁ ନେତା ବାଛନ୍ତୁ, ଶତ ପ୍ରତିଶତ ମତଦାନ ଦିଅନ୍ତୁ' - bhubaneswar

ଆସୁଛି ନିର୍ବାଚନ। ସାଧାରଣ ଜନତା ଯୁବବର୍ଗଙ୍କୁ ଏବିଭିପିର ଆହ୍ବାନ। ଏନେଇ ଏବିଭିପି ଆରମ୍ଭ କରିଛି ସଚେତନତା ଅଭିଯାନ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନୋଶ୍ୱର

By

Published : Apr 5, 2019, 4:36 AM IST

ଭୁବନେଶ୍ୱର: ଆସୁଛି ନିର୍ବାଚନ। ସାଧାରଣ ଜନତା ଯୁବବର୍ଗଙ୍କୁ ଏବିଭିପିର ଆହ୍ୱାନ। ଏନେଇ ଏବିଭିପି ଆରମ୍ଭ କରିଛି ସଚେତନତା ଅଭିଯାନ। ବିଭିନ୍ନ କଲେଜ କ୍ୟାମ୍ପସ ଓ ସପିଂମଲ ଏବଂ ପଥପ୍ରାନ୍ତ ନାଟକ ଜରିଆରେ ଚଳାଇଛି ନିର୍ବାଚନ ପାଇଁ ସଚେତନତା ଅଭିଯାନ। ଯେଉଁଥିରେ ଚାରୋଟି ଦିଗ ଉପରେ ସଚେତନ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଶତପ୍ରତିଶତ ମତଦାନ। ସଭିଏଁ ଭୋଟ ଦେଇ କରନ୍ତୁ ସଠିକ ନେତା ଚୟନ। ପ୍ରଥମେ ମତଦାନ ପରେ ଅନ୍ୟକାମ । ଯେପରି ମତଦାନ ପାଇଁ ନ ଭୁଲି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ନ ରୁହନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ କରିଛନ୍ତି ସଚେତନ।

ସେହିପରି ନୋଟାକୁ ବିରୋଧ, ନେତା ଚୟନ ବା ବେଷ୍ଟ ଅଫ ଏବଭ ଚୟନ କରିବାକୁ ସଚେତନ କରିଛନ୍ତି। ସେହିପରି ପରିବାରବାଦ ବିରୋଧରେ ମତଦାନ କରିବାକୁ ରାଷ୍ଟ୍ରବାଦ ସପକ୍ଷରେ ଭୋଟ ଦାନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶା ଏବିଭିପି ଶାଖା ପକ୍ଷରୁ ଆହ୍ୱାନ କରାଯାଇଛି।

ଭୁବନେଶ୍ୱରରୁତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details