ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଭାରତୀୟ ଜନତା ପାର୍ଟି ରାଜ୍ୟରେ କ୍ଷମତା ଦଖଲ ପାଇଁ ସେତେ କସରତ କରୁଛି। 120 ପ୍ଲସ ମିଶନ ଲକ୍ଷ୍ୟକୁ ନିର୍ଣାୟକ ସ୍ଥିତିରେ ପହଞ୍ଚାଇବା ପାଇଁ ଆସନ୍ତା କାଲି ପୁଣିଥରେ ପ୍ରଚାର ରଣାଙ୍ଗନରେ ଅବତୀର୍ଣ ହେବେ ଖୋଦ ଦଳର ରାଷ୍ଟ୍ରିୟ ସେନାପତି।
କାଲି ପୁରୀରେ ବିଜେପି କରିବ ଶକ୍ତି ପ୍ରଦର୍ଶନ: ଶାହା କରିବେ ରୋଡ ସୋ - AMIT SHA
ରାଜ୍ୟରେ କ୍ଷମତା ହାସଲ ପାଇଁ ବିଜେପି ଯୋରଦାର କସରତ କରୁଥିବାବେଳେ ଏଥିରେ ବଳ ଯୋଗାଇବା ପାଇଁ ଆସନ୍ତାକାଲି ପୁଣି ପୁରୀ ଆସିବେ ବିଜେପି ରାଷ୍ଟ୍ରିୟ ଅଧକ୍ଷ।

ପୂର୍ବରୁ ଅନେକ ବାର ଓଡିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଖୋଲାଯୁଦ୍ଧ ଆହ୍ବାନ ଦେଇଥିବା ଅମିତ ଶାହା ଗତକାଲି ଓଡିଶା ଆସି ରାଜ୍ୟ ସରକାରଙ୍କୁ ଅତି କଡା ଭାଷାରେ ସମାଲୋଚନା କରିବା ସହ ରାଜ୍ୟରେ ବିଜେପି ସରକାର ସୁନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଆସନ୍ତା କାଲି ପୁଣିଥରେ ଅମିତ ଶାହା ଓଡିଶା ଆସି ପୁରୀରେ ଏକ ମେଗା ରୋଡ ସୋ କରିବେ । ଏହାସହ ଦଳୀୟ ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ଅମିତ ଶାହା।
ସୂଚନା ଥାଉକି ପୁରୀ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ଏଠାରେ ଦଳର ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବିଜେପି ଦଳର ସମ୍ମାନଙ୍କୁ ବାଜିରେ ଲଗାଇଛି ତେଣୁ ପୁରୀ ଲୋକସଭା ଏବେ ଦଳ ପାଇଁ ଗୁରୁତ୍ବପୂର୍ଣ ହୋଇପଡିଛି ।