ଓଡିଶା

odisha

ETV Bharat / elections

ସ୍ନେହାଙ୍ଗିନୀଙ୍କ ହାତରେ ଭାତ ହାଣ୍ଡି

ଲୋକସଭା ଆସନରେ ବିଜେପି ବିପୁଳି ମାତ୍ରାରେ ଜୟଯୁକ୍ତ ହୋଇଥିଲେ ସୁଦ୍ଧା 5ଟି ବିଧାନସଭା ଆସନକୁ ଅକ୍ତିଆର କରିଛନ୍ତି ବିଜେଡି ପ୍ରାର୍ଥୀମାନେ । ତେବେ ଅତାବିରା ବିଧାନସଭା ଆସନରୁ ବିଜେଡି ବିଧାୟିକା ତଥା ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ୨୩ ହଜାର ୨୩୩ ଖଣ୍ଡ ଭୋଟରେ ପୁଣି ଥରେ ବିଜୟୀ ହୋଇ ଅତାବିରା ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : May 24, 2019, 9:23 PM IST

ବରଗଡ: ୨୦୧୯ ନିର୍ବାଚନରେ ବରଗଡ ଜିଲ୍ଲାରେ ରହିଥିବା ପାଞ୍ଚଟି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି | ବରଗଡର ଅତାବିରା ଓଡିଶାର ଭାତ ହାଣ୍ଡି ନାଁରେ ପରିଚିତ । ଏଠାରେ ଚାଷୀପରିବାର ପୁଣି ବିଜେଡି ଦଳର ସ୍ନେହଙ୍ଗିନୀ ଛୁରିଆଙ୍କୁ ଭୋଟ ଦେଇ ବିଜୟୀ କରାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ଅତାବିରା ବିଧାନସଭାର ୨୫୨ଟି ବୁଥରୁ କଂଗ୍ରେସ ଦଳର ନୀହାର ମହାନନ୍ଦ ୨୦୯୮୩ ଭୋଟ ଅକ୍ତିଆର କରିଥିବା ବେଳେ , ବିଜେପି ଦଳର ମିଲନ ସେଠ ୫୮୭୮୦ ଭୋଟ ଓ ବିଜେଡି ଦଳର ସ୍ନେହାଙ୍ଗିନୀ ଛୁରିଆ ସର୍ବାଧିକ ୮୨୦୧୩ ଭୋଟ ଅକ୍ତିଆର କରି ବିଜୟୀ ହୋଇଛନ୍ତି |

ଏହା ମଧ୍ୟ ପଢନ୍ତୁ:ଅସୁସ୍ଥତା ମଧ୍ୟରେ ବାଜି ମାରିଲେ ସୁଶାନ୍ତ ସିଂହ


ତେବେ ଏହି ଅଞ୍ଚଳର ଲୋକେ ଶ୍ରୀମତୀ ଛୁରିଆ ଙ୍କ ଉପରେ ପୁଣିଥରେ ଆସ୍ଥା ରାଖୀ ବିଜୟୀ କରିଥିବାରୁ ସମସ୍ତ ଅତାବିରା ଭୋଟରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥସହ ଚାଷୀ ଅଞ୍ଚଳ ହୋଇଥିବାରୁ ଚାଷୀଙ୍କ ଉନ୍ନତି ପାଇଁ ଯଥା ସମ୍ଭବ କାମ କରିବେ ବୋଲି ସେ କହିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details