ଓଡିଶା

odisha

ETV Bharat / elections

ନାମାଙ୍କନ ଭରିଲେ ବିଜେଡି ବିଧାନସଭା ପ୍ରାର୍ଥୀ ତୁଷାରକାନ୍ତି

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ବିଧାନସଭା ପ୍ରାର୍ଥୀ ତୁଷାରକାନ୍ତି ବେହେରା । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ଶହ ଶହ କର୍ମୀଙ୍କ ସହ ଏକ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

By

Published : Apr 8, 2019, 10:12 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ


ପୁରୀ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି (ସୋମବାର)ନାମାଙ୍କନ ଦାଖଲ ହୋଇଛି । ଏହିକ୍ରମରେ ନାମାଙ୍କନ ଭରିଛନ୍ତି କାକଟପୁର ବିଜେଡି ବିଧାନସଭା ପ୍ରାର୍ଥୀ ତୁଷାରକାନ୍ତି ବେହେରା । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ନାମାଙ୍କନ ଦାଖଲବେଳେ ତୁଷାର ନିଜ ଶହ ଶହ କର୍ମୀଙ୍କ ସହ ଏକ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଜିଲ୍ଲାରେ ବିକାଶର ମୁଦ୍ଦାକୁ ନେଇ ସେ ଆଗାମୀ ଦିନରେ ଭୋଟରଙ୍କ ନିକଟତର ହେବେ । ଏଥିସହିତ ସେ ଚଳିତ ନିର୍ବାଚନରେ ଜୟଯୁକ୍ତ ହେବା ନେଇ ଆଶାବାଦୀ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details