ଓଡିଶା

odisha

ETV Bharat / elections

ରାତିସାରା ଟ୍ବିନିସିଟିରେ ହେବ ନାକାବନ୍ଦୀ - one to one

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଥିବାରୁ ରାଜଧାନୀରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Apr 22, 2019, 5:57 PM IST

Updated : Apr 22, 2019, 6:03 PM IST

ଭୁବନେଶ୍ବର: କମିସନରେଟ ପୋଲିସର ୧୦ଟି ନିର୍ବାଚନ ମଣ୍ଡଳୀରେ ହେବ ନିର୍ବାଚନ ମତଦାନ। ଏନେଇ ୨ମାସ ପୁର୍ବରୁ ଏନଫୋର୍ସମେଣ୍ଟ କରି ସଠିକ ପଦକ୍ଷେପ ନିଆଯାଇଛି। ଗତକାଲି ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଯେଉଁ ଅପ୍ରିତିକର ପରିସ୍ଥିତି ଉପୁଜିଛି, ତାହାକୁ ନେଇ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିସହ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଥିବାରୁ ରାଜଧାନୀରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଏଥିସହ ବୁଥ୍, ମୋବାଇଲ ପାଟ୍ରୋଲିଂ, ନିର୍ବାଚନ ମଣ୍ଡଳୀ ଆଦି ବିଭିନ୍ନ ସ୍ଥାନରେ ସୁରକ୍ଷା ମୁତୟନ କରାଯାଇଛି । ତେବେ ରାଜଧାନୀରେ ୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ, ୩୦ ପ୍ଲାଟୁନ ଫୋର୍ସ, ୨୦୦ ଅଫିସର, ୫୦ ମୋବାଇଲ ପାଟ୍ରୋଲିଂ ସହ ଦେଢ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ରହିଛନ୍ତି ।

ସେହିପରି କଟକରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି। ମୋଟ ଭୁବନେଶ୍ବରରେ ୧୧୫୬ଟି ବୁଥ ମଧ୍ୟରୁ ୩୮୧ଟି ବୁଥ ସମ୍ବେଦନଶୀଳ ବେଳେ କଟକରେ ୭୦୯ ବୁଥରୁ ୨୩୪ଟି ବୁଥ୍ ସମ୍ବେଦନ ମଧ୍ୟରେ ରହିଛି। ତେବେ ସୋମବାର ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ନାକାବନ୍ଦୀ ଜାରି କରିବ । ଏଥିସହ ଏହି ସବୁ ସ୍ଥାନମାନଙ୍କରେ ସୋମବାର ରାତି ସାରା ଚେକିଂ କରାଯିବ । ଏଥିସହ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଫ୍ଲାଇଂ ମୋବାଇଲ ପାଟ୍ରୋଲିଂ ଆଲର୍ଟ କରାଯାଇଛି ।

ତେବେ ରବିବାର ଆକ୍ରମଣର ଶିକାର ହୋଇଥିବା ପ୍ରାର୍ଥୀଙ୍କୁ ୭୨ ଘଣ୍ଟା ପୁର୍ବରୁ ପିଏସଓ ଦିଆଯାଇଥିଲା। କିନ୍ତୁ ସୋମବାର ଏହି ଘଟଣାକୁ ନଜରରେ ରଖି ସମସ୍ତ ପ୍ରାର୍ଥୀଙ୍କୁ ପୋଲିସ ତରଫରୁ ଏସକର୍ଟ ଯୋଗାଇ ଦିଆଯାଇଛି ।


ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Apr 22, 2019, 6:03 PM IST

ABOUT THE AUTHOR

...view details