ଭଦ୍ରକ : ମତଦାନ ବେଳେ ଅଭାବନୀୟ ଘଟଣା ଘଟିଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିଂ ଏଜେଣ୍ଟ ସ୍ଥାନୀୟ ମଡିଆଳି ଗ୍ରାମର ବସନ୍ତ ରାଉତ ବୋଲି ଜଣାପଡିଛି ।
ଭଦ୍ରକରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ - death
ମତଦାନ ବେଳେ ଅଭାବନୀୟ ଘଟଣା । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିଂ ଏଜେଣ୍ଟ ସ୍ଥାନୀୟ ମଡିଆଳି ଗ୍ରାମର ବସନ୍ତ ରାଉତ ବୋଲି ଜଣାପଡିଛି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ
ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ
ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 175 ନମ୍ବର ବୁଥରେ ଭୋଟ ଗ୍ରହଣ ଚାଲିଥିଲା। ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଏଜେଣ୍ଟ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ