ଓଡିଶା

odisha

ETV Bharat / elections

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: କୋରେଇ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡା - programme

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ କୋରେଇ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡା । ନିର୍ବାଚନରେ ବିଜୟୀ ହେଲେ କ’ଣ କରିବେ ଏବଂ କ’ଣ ରହିବ ତାଙ୍କର ପ୍ରାଥମିକତା ସେନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବନ୍ଦିତା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Apr 4, 2019, 3:32 PM IST

ଯାଜପୁର: ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା। ପ୍ରଥମ ଥର ପାଇଁ ଲଢୁଛନ୍ତି କଂଗ୍ରେସ ଟିକେଟରୁ । କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି ଦଳ । ସାମ୍ନାରେ ଅନେକ ଚ୍ୟାଲେଞ୍ଜ।

ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ଆକାଶ ଦାସ ନାୟକଙ୍କ ଟିକେଟ କାଟି ଅଶୋକ ବଳଙ୍କୁ ଦିଆଯାଇଛି । ବିଜେପି ବିଶ୍ୱଜିତ ନାୟକଙ୍କୁ ପ୍ରାର୍ଥୀ କରିଛି । ବନ୍ଦିତା ପ୍ରଥମ ଥର ପାଇଁ ଏଥର କଂଗ୍ରେସ ଟିକେଟରେ ବିଧାନସଭାକୁ ପଶିବାକୁ ଲକ୍ଷ୍ୟ ରଖିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ମହିଳାଙ୍କ ସୁରକ୍ଷା, କୃଷି, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ଓ ନିଯୁକ୍ତିକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ବନ୍ଦିତା । କୋରେଇର ସର୍ବାଙ୍ଗୀନ ବିକାଶ କରିବା ସହିତ ବିଧାୟକ ପାଣ୍ଠିର ସୁଵିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details