ଓଡିଶା

odisha

ETV Bharat / elections

ବଲାଙ୍ଗୀର ବିକାଶ ପାଇଁ ବିଜେଡି ଜାରି କଲା 'ସଙ୍କଳ୍ପ ପତ୍ର'

ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ସିଂହ ଦେଓ ସଙ୍କଳ୍ପ ପତ୍ର ଉନ୍ମୋଚନ କରି ବଲାଙ୍ଗୀରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଆବଶ୍ୟକ ଦିଗକୁ ଏହି ପତ୍ରରେ ସ୍ଥାନ ଦିଆଯାଇଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Apr 17, 2019, 5:32 AM IST

ବଲାଙ୍ଗୀର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରଗରମ ବଲାଙ୍ଗୀର ରାଜନୀତି । 18ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ରାଜ ପରିବାର ଓ ମିଶ୍ର ପରିବାରର ଭାଗ୍ୟ ନିର୍ଦ୍ଧାରଣ କରିବେ ବଲାଙ୍ଗୀରବାସୀ । ନିର୍ବାଚନ ମୈଦାନରେ ବଲାଙ୍ଗୀର ବିକାଶ ଉପରେ ବିଶେଷ ଧ୍ୟାନ ହିଁ ଜିତିବା ପାଇଁ ମୁଖ୍ୟ ଅସ୍ତ୍ର । ଏହାକୁ ଆଖିଆଗରେ ରଖି ବିଜେଡି ନିଜ ସଙ୍କଳ୍ପ ପତ୍ର ପ୍ରକାଶ କରିଛି । ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ସିଂହ ଦେଓ ଏହି ସଙ୍କଳ୍ପ ପତ୍ର ଉନ୍ନୋଚନ କରି ବଲାଙ୍ଗୀରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଆବଶ୍ୟକ ଦିଗକୁ ଏହି ପତ୍ରରେ ସ୍ଥାନ ଦିଆଯାଇଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସଂକଳ୍ପ ପତ୍ରର ଉନ୍ମୋଚନ କରି ନିର୍ବାଚନ ଜିଣିଲେ ବଲାଙ୍ଗୀରର ସର୍ବାଙ୍ଗିନ ଉନ୍ନତି ପାଇଁ ବିଜେଡି ସଂକଳ୍ପ ନେଇଛି । ମୋଟ ୩୮ ମୁଖ୍ୟ ବିକାଶମୂଳକ କାମ କରିବାର ଏହି ସଂକଳ୍ପ ପତ୍ରରେ କରିଛି ଉଲ୍ଲେଖ । ଜିଲ୍ଲାର ଦୀର୍ଘ ଦିନରୁ ଅଟକି ପଡି ରହିଥିବା ସମସ୍ତ ପ୍ରକଳ୍ପକୁ ଶୀଘ୍ର ସମାପ୍ତ କରିବା ସହ ସବୁକୁ କାର୍ଯ୍ୟକ୍ଷମ କରିବା ଭଳି ଏଥିରେ ଅନେକ ପ୍ରତିଶୃତି ରହିଛି । ଏଥିରେ ବଲାଙ୍ଗୀର ଲୋୟର ଶୁକତେଲ କାର୍ଯ୍ୟ ସାରିବା, ବାଇପାସ ଓ ରିଙ୍ଗ ରୋଡ ଶୀଘ୍ର ତିଆରି କରିବା ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି ।

ସେହିଭଳି ବଲାଙ୍ଗୀର ତଥା ପଶ୍ଚିମ ଓଡିଶା ପାଇଁ ବିଧାନସଭାରେ ସ୍ବତନ୍ତ୍ର ସେସନ ରଖିବା, ଟେକ୍ସଟାଇଲ ପାର୍କ, କଳାଗ୍ରାମ ସ୍ଥାପନ କରିବା, ମ୍ୟୁଜିୟମ, ସିଟି ବସ ଯୋଜନା ଆରମ୍ଭ ଭଳି ଜନକଲ୍ୟାଣ ଯୋଜନାକୁ ସଙ୍କଳ୍ପ ପତ୍ରରେ ସ୍ଥାନ ଦିଆଯାଇଛି । ସେହିଭଳି କୃଷି ଭିତ୍ତିକ ଟର୍ମନାଲ ଓ ମାର୍କେଟ ୟାଡ, ଡିଜିଟାଲ ଲାଇବ୍ରେରି ଇତ୍ୟାଦି ସହ ବଲାଙ୍ଗୀରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳ ଗୁଡିକର ବିକାଶ ସହ ନୁଆ ପର୍ଯ୍ୟଟନ ସ୍ଥଳ ନିର୍ମାଣ ଯୋଜନା ସବୁକୁ ସାମିଲ କରାଯାଇଛି । ତେବେ ଏହାଦ୍ୱାରା ଜିଲ୍ଲାର ସାମଗ୍ରୀକ ବିକାଶ ସହ ସବୁ ବର୍ଗ ଉପକୃତ ହେବେ ବୋଲି ବିଜେଡି ପ୍ରତିଶୃତି ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details