ବ୍ରହ୍ମପୁର: ପୋଲସରା ବେଲଗାଁ ଛକ ଜଗନ୍ନାଥ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ । ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଅମିତ ଶାହା ଏହି ସମାବେଶରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ସା°ସଦ ପ୍ରାର୍ଥୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଯୋଗ ଦେଇଛନ୍ତି ।
ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ ଶାହା - samabesa
ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ ଅମିତ ଶାହା । ଯୋଗ ଦେଲେ ବିଜେପିର ବରିଷ୍ଠ ନେତା

ଫଟୋ ସୌଜନ୍ୟ: ସମ୍ବାଦାଦାତ, ବ୍ରହ୍ମପୁର
ଭିଡିଓ ସୌଜନ୍ୟ: ସମ୍ବାଦାଦାତ, ବ୍ରହ୍ମପୁର
ଆସିକାରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ 18 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଅମିତ ସାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅମିତ ସାହଙ୍କ ଗସ୍ତକୁ ନେଇ ଦଳୀୟ ପ୍ରାର୍ଥୀ ଓ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହି ବିଜୟ ସ°ଙ୍କଳ୍ପ ସମାବେଶରେ ଫିର ଏକ ବାର ମୋଦି ସରକାର ଏବଂ ରାଜ୍ୟ ସରକାର ବଦଳାଇବାକୁ ଆହ୍ବାନ କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ