ଓଡିଶା

odisha

ETV Bharat / elections

ମୈଦାନ ପ୍ରସ୍ତୁତ, ଅପେକ୍ଷା ମତଦାନକୁ: ତୟାର ନେତା, ଉତ୍ସାହିତ ଜନତା - କଳାହାଣ୍ଡି ଜିଲ୍ଲା

ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ । ଆରମ୍ଭ ହେବ ଏବର୍ଷ ନିର୍ବାଚନର ପ୍ରଥମ ମତଦାନ । ଏଥିପାଇଁ ପ୍ରସ୍ତୁତ କଳାହାଣ୍ଡି ଜିଲ୍ଲା । ତୟାର ପୋଲିସ ଓ ପ୍ରଶାସନ । ଅପେକ୍ଷା କେବଳ ଭୋଟ ଗ୍ରହଣ ସମୟକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Apr 10, 2019, 3:47 PM IST

କଳାହାଣ୍ଡି: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଜିଲ୍ଲାର ସମସ୍ତ ପୋଲିଂ ବୁଥରେ ପୋଲିଂ ଅଫିସର ଭୋଟ୍‌ ଗ୍ରହଣର ସମସ୍ତ ଉପକରଣ ସହ ପହଞ୍ଚିଛନ୍ତି । ମାଓପ୍ରବଣ ସମସ୍ତ ବ୍ଲକରେ ପୋଲିଂ କର୍ମଚାରୀଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଆଯାଇଛି ।

ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ । ଆରମ୍ଭ ହେବ ଏବର୍ଷ ନିର୍ବାଚନର ପ୍ରଥମ ମତଦାନ । ଏଥିପାଇଁ ପ୍ରସ୍ତୁତ କଳାହାଣ୍ଡି ଜିଲ୍ଲା । ତୟାର ପୋଲିସ ଓ ପ୍ରଶାସନ । ଅପେକ୍ଷା କେବଳ ଭୋଟ ଗ୍ରହଣ ସମୟକୁ । ଜିଲ୍ଲାର ମତଦାତା ସଂଖ୍ୟା ମୋଟ ୧୧ ଲକ୍ଷ ୨୭ ହଜାର ୬୮୩ । ଏମାନଙ୍କ ପାଇଁ ପ୍ରସ୍ତୁତ ୧୪୦୫ଟି ବୁଥ୍‌ । ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି ୨୨୬ଟି ବୁଥ୍‌ । ୧୩ଟି ବ୍ଲକରୁ ୧୧ଟି ବ୍ଲକ ମାଓପ୍ରବଣ ଅଞ୍ଚଳର । ଏସବୁ ଜାଗାରେ ନିଆଯାଇଛି କଡାକଡି ସୁରକ୍ଷା ବ୍ୟବସ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅବାଧ ଭୋଟ୍‌ ଗ୍ରହଣ ପାଇଁ ଜିଲ୍ଲାରେ ହୋଇଛି ସମସ୍ତ ବ୍ୟବସ୍ଥା । ମହିଳାଙ୍କୁ ଦିଆଯାଇଛି ଅଗ୍ରାଧିକାର । ତିଆରି ହୋଇଛି ମହିଳା ପୋଲିଂ ବୁଥ୍‌ । ଏଠାରେ ସମସ୍ତ କର୍ମଚାରୀ ମହିଳା । ପୋଲିଂ କର୍ମଚାରୀଙ୍କୁ ଯୋଗାଯାଇଛି ସମସ୍ତ ଉପକରଣ ଓ ସୁରକ୍ଷା । ସୁରୁଖୁରୁରେ ଭୋଟ୍‌ ଗ୍ରହଣ ପାଇଁ ପ୍ରଶାସନ ନେଇଛି ସବୁ ପ୍ରକାର ବ୍ୟବସ୍ଥା ।

ପ୍ରସ୍ତୁତି ଶେଷ । ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଉତ୍ସାହିତ ନେତା ଓ ଜନତା । ଅପେକ୍ଷା କେବଳ ଗୁରୁବାର ସକାଳକୁ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details