ଓଡିଶା

odisha

ETV Bharat / elections

'ଶିକ୍ଷା, ସ୍ବାସ୍ଥ୍ୟ ଓ ବେକାରୀସମସ୍ୟା ଦୂର କରିବା ମୋର ପ୍ରଥମ ପ୍ରାଥମିକତା ରହିବ' - congress candidate

ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଜଳେଶ୍ବର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ । ସୁଦର୍ଶନ ଦାସ ପ୍ରଥମ ଥର ପାଇଁ କଂଗ୍ରେସରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Apr 9, 2019, 7:31 PM IST

ବାଲେଶ୍ବର: ‘ଏଠାକାର ଲୋକେ ଉଭୟ ବିଜେଡି ଓ ବିଜେପି ଉପରେ ଅତିଷ୍ଠ । ଉଭୟ ଦଳ କେବଳ ପୁଳା ପୁଳା ପ୍ରତିଶୃତି ଦେଇଛନ୍ତି କିନ୍ତୁ କିଛି କାର୍ଯ୍ୟକାରୀ କରିନାହାଁନ୍ତି । ଯେଉଁ କାରଣରୁ ଅନେକ ଅବହେଳାର ଶିକାର ହୋଇଛନ୍ତି ବାଲେଶ୍ବରବାସୀ ।’ ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଏଭଳି କହିଛନ୍ତି ଜଳେଶ୍ବର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୁଦର୍ଶନ ଦାସ ପ୍ରଥମ ଥର ପାଇଁ କଂଗ୍ରେସରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ।

ବିଜେପି ଏବଂ ବିଜେଡି ମିଥ୍ୟା ପ୍ରତିଶୃତି ଦେଇ ଭୋଟରଙ୍କୁ ଠକିଥିବା ସେ ଜଣାଇବା ସହ ଏହାକୁ ମୁଦ୍ଦା କରି ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି । ଅନ୍ୟପଟେ ଯଦି ସେ ଜିତନ୍ତି, ତେବେ ବିଧାୟକ ପାଣ୍ଠିର ଗୋଟି ଗୋଟି ଟଙ୍କା ବିକାଶ କାର୍ଯ୍ୟରେ ଲାଗିବ ବୋଲି କହିଛନ୍ତି ସୁଦର୍ଶନ। ସେହିପରି ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details