ବାଲେଶ୍ବର: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି, ମହିଳା ଅସୁରକ୍ଷିତ ଓ ଦଲାଲ ଶାସକଙ୍କ ହାତରେ ଶାସନ କଳ । ଏ ସମସ୍ତ ସମସ୍ୟାରେ ଜର୍ଜରିତ ଭୋଗରାଇ ନିର୍ବାଚନମଣ୍ଡଳୀ । ତେବେ କଂଗ୍ରେସ ଚଳିତ ବର୍ଷ କ୍ଷମତାକୁ ଆସିଲେ ଏସବୁ ସମସ୍ୟାର ସମାଧାନ କରିବ। ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ'ରେ ସାମିଲ ହୋଇ ଏଭଳି ମତ ରଖିଛନ୍ତି ଭୋଗରାଇ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ୍ ।
ଦୀର୍ଘ ଦିନରୁ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଏବେ ଅଣ୍ଟା ଭିଡିଛି କ୍ଷମତାକୁ ଆସିବାକୁ । ଏଥିପାଇଁ ଦଳ ଭରସା କରିଛି ସତ୍ୟଶିବ ଦାସ୍ଙ୍କ ଉପରେ । ଆଗକୁ ସେ ନିର୍ବାଚନମଣ୍ଡଳୀ ପାଇଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସହ ନିଜର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।