ଓଡିଶା

odisha

ETV Bharat / elections

କେନ୍ଦ୍ରାପଡାକୁ କେନ୍ଦ୍ର ସହ ଯୋଡିବି: ସୁନାକର - Kendrapada

କେନ୍ଦ୍ରାପଡ଼ାକୁ କେନ୍ଦ୍ର ସହିତ ଯୋଡିବା ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଲାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା। ଗତ ନିର୍ବାଚନରେ ସାରା ଦେଶରେ ମୋଦି ହାୱା ବହୁଥିବା ବେଳେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ବରଣ କରିଥିଲେ ମଧ୍ୟ ସାରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ରଖିଛନ୍ତି ସୁନାକର।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 19, 2019, 11:54 AM IST

କେନ୍ଦ୍ରାପଡା: ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା । କେନ୍ଦ୍ରାପଡ଼ାକୁ କେନ୍ଦ୍ର ସହିତ ଯୋଡିବା ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଲାଇଛନ୍ତି।ଗତ ନିର୍ବାଚନରେ ସାରା ଦେଶରେ ମୋଦି ହାୱା ବହୁଥିବା ବେଳେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ବରଣ କରିଥିଲେ ମଧ୍ୟ ସାରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ରଖିଛନ୍ତି ସୁନାକର।

ଏହାସହ ଡବଲ ଇଞ୍ଜିନର ସରକାର ଗଠନ କଥା କହି ମୋଦିଜୀ ପୁନର୍ବାର ସରକାର ଗଢିବେ ଓ ରାଜ୍ୟରେ ବିଜେପି ମଧ୍ୟ ସରକାର ଗଢ଼ିବ ଓ କେନ୍ଦ୍ରାପଡ଼ା ଲୋକଙ୍କର ମୌଳିକ ସମସ୍ୟା ଦୂର ହେବ ବୋଲି ମଧ୍ୟ କହିଛନ୍ତି ସୁନାକର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସେହିଭଳି ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ଅଭିଯୋଗ କରିଛନ୍ତି ସୁନାକର।"ଫିର ଏକବାର ମୋଦି ସରକାର,କେନ୍ଦ୍ରାପଡ଼ାରେ ବିଜେପି ଦରକାର"ନାରା ଦେଇ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ସେ ଗୋଟିଏ ସାଧାରଣ ପରିବାରର ମଣିଷ ତେଣୁ ସାଧାରଣ ଲୋକଙ୍କର ସମସ୍ୟାକୁ ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଏହାସହ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଭାରତବର୍ଷର ସର୍ବ ପୁରାତନ ମ୍ୟୁନିସିପାଲିଟି ହୋଇଥିଲେ ମଧ୍ୟ ଏଠାକାର ଡ୍ରେନେଜ ସମସ୍ୟା ସବୁଠାରୁ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି। ସେହିପରି ଗୋବରୀ ନଦୀରେ ଆଗକାଳେ ନୌବାଣିଜ୍ୟ ହେଉଥିଲେ ମଧ୍ୟ ଏବେ ଗୋବରୀର ସ୍ଥିତି ସବୁଠାରୁ ଉଦବେଗଜନକ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ସୁନାକର।

ଏହି ଆସନରେ ବିଜେପିରୁ ସେ ବିଜୟୀ ହେଲେ ଏହି ସମସ୍ୟା ଗୁଡିକର ସମାଧାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଥିବା କହନ୍ତି ଶ୍ରୀ ବେହେରା। ବିଜେଡିର ବିଧାୟକ ମାନେ ହାତପାଣ୍ଠିକୁ ପକେଟ ପାଣ୍ଠି ଭାବରେ ଖର୍ଚ୍ଚ କରୁଛନ୍ତି। ଉନ୍ନୟନ ମୂଳକ କାର୍ଯ୍ୟର ୪୦% ଖର୍ଚ୍ଚ କରାଯାଇ ୬୦% ପକେଟକୁ ଯାଉଥିବା ଅଭିଯୋଗ ଆଣିଛନ୍ତି ସୁନାକର।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details