ଭୁବନେଶ୍ବର: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । 2019 ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏନେଇ କେନ୍ଦୁଝର ସମେତ ପୁରୀ, କଟକ, ଅନୁଗୋଳ,ଭୁବନେଶ୍ବର ଓ ସମ୍ବଲପୁରର ସମସ୍ତ ବୁଥ୍ରେ ମକ ପୋଲ ଶେଷ ହୋଇ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ।
ସୂଚନା ଅନୁଯାୟୀ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମିଶି ପ୍ରଥମେ ମକ ପୋଲ ସୁଚାରୁ ରୂପେ ଶେଷ କରିଛନ୍ତି । କେନ୍ଦୁଝରର ଚାଲିଥିବା ମକ ପୋଲିଂରେ ବିଭିନ୍ନ ଦଳର 50 ଜଣ ଏଜେଣ୍ଟମାନେ ରହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ତେବେ ମକ ପୋଲିଂର ଗଣତି ପରେ ପୁନର୍ବାର ଇଭିଏମକୁ ସିଲ କରାଯିବ ।