ଓଡିଶା

odisha

ETV Bharat / elections

ମେନକା ଗାନ୍ଧୀଙ୍କ ବିବାଦୀୟ ବୟାନ, ଭୋଟ ନଦେଲେ ମିଳିବନି ସହାୟତା - community

ମେନକା କହିଛନ୍ତି ଯେ ସେ ଏହି ନିର୍ବାଚନରେ ଜିତିବା ସୁନିଶ୍ଚିତ ହୋଇ ସାରିଛି । ମାତ୍ର ଯଦି ବିନା ମୁସଲମାନଙ୍କ ଭୋଟରେ ଜିତନ୍ତି ତେବେ ଏହାର ଫଳ ସ୍ବରୁପ ତାଙ୍କ ପାଖକୁ ମୁସଲମାନ ଭାଇଭଉଣୀ ଯଦି ସହାୟତା ପାଇଁ ଯାଆନ୍ତି ତେବେ ସେ ସେମାନଙ୍କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ କହି ଦେଇଛନ୍ତି ମେନକା ।

ଫଟୋ ସୌଜନ୍ୟ: ଏନଏଆଇ

By

Published : Apr 12, 2019, 8:14 PM IST

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରରେ ବିରୋଧୀଙ୍କୁ ନିନ୍ଦା, ନିଜ ସରକାରଙ୍କୁ ପ୍ରଶଂସା କରିବାରେ ଝାଳ ବୁହାଉଛନ୍ତି ନେତା । ଧମକ ଦେବା, ଭୟ ଦେଖାଇବାରେ ବି ପଛ ଘୁଞ୍ଚା ଦେଉ ନାହାଁନ୍ତି ପ୍ରତ୍ୟାଶୀ । ଏହି କ୍ରମରେ ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ବିବାଦୀୟ ବୟାନ ଦେଇଛନ୍ତି । ମୁସଲିମ ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ମେନକା । ଭୋଟ ନାହିଁ ତ ପରବର୍ତ୍ତୀ ସମୟରେ ସହାୟତା ବି ନାହିଁ ବୋଲି କହିଛନ୍ତି ମେନକା ।

ସେ କହିଛନ୍ତି ଯେ ଏହି ନିର୍ବାଚନରେ ବିଜୟ ସୁନିଶ୍ଚିତ ହୋଇ ସାରିଛି । ମାତ୍ର ଯଦି ବିନା ମୁସଲିମ ଭୋଟରେ ସେ ଜିତନ୍ତି ତେବେ ଏହାର ଫଳ ସ୍ବରୁପ ତାଙ୍କ ପାଖକୁ ମୁସଲିମ ଭାଇଭଉଣୀ ଯଦି ସହାୟତା ପାଇଁ ଯାଆନ୍ତି ତେବେ ସେ ସେମାନଙ୍କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ କହି ଦେଇଛନ୍ତି ।

ସୂଚନା ଅନୁସାରେ ବିଜେପି ସଂଖ୍ୟା ଲଘୁ ସେଲ୍‍ ଜିଲାଧ୍ୟକ୍ଷ ଅଜାଦାର ହୁସେନଙ୍କ ଗାଁରେ ଏହି ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମେନକାଙ୍କ ମୁସଲମାନଙ୍କୁ ଏଭଳି ଚେତାବନୀପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଖୋଲା ହାତରେ ଓ ହୃଦୟରେ ଲୋକଙ୍କ ପାଖକୁ ଆସିଛନ୍ତି । ଏବେ ଆପଣମାନଙ୍କ ସହାୟତାର ସମୟ । ପରବର୍ତ୍ତୀ ସମୟରେ ପଶ୍ଚାତାପ କରିବାକୁ ଯେପରି ନ ପଡିବ ବୋଲି କହିଛନ୍ତି ମେନକା ।

ଏହାସହ ସେ କହିଛନ୍ତି ଯେ ଚଳିତ ନିର୍ବାଚନରେ ମୁସଲମାନ ଭୋଟ ଦେଲେ ଜିତିବେ ନଦେଲେ ବି ଜିତିବେ । ନିର୍ବାଚନ ଫଳାଫଳ ଆସିବା ବେଳେ ଯଦି ଆପଣଙ୍କ ବୁଥ୍‌ରୁ ୫୦ରୁ ୧୦୦ ଖଣ୍ଡ ଭୋଟ ଆସିଥିବ ତେବେ ଯେତେବେଳେ ଆପଣଙ୍କୁ କାଲି ମୋର ଆବଶ୍ୟକତା ପଡ଼ିବ ମୁଁ ଆପଣଙ୍କୁ କୌଣସି ପ୍ରକାର ସହାୟତା କରି ପାରିବି ନାହିଁ ବୋଲି ମେନକା କହିଛନ୍ତି ।

For All Latest Updates

ABOUT THE AUTHOR

...view details