ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ଚରଣ ମତଦାନ ପୂର୍ବରୁ ଜାରୀ ରହିଛି ଦଳୀୟ ପ୍ରଚାର ପ୍ରସାର । ଏହି କ୍ରମରେ ଉତ୍ତର ପ୍ରଦେଶର ପିଲିଭିଟ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବା ଲାଗି ପହଞ୍ଚିଛନ୍ତି ବିଜେପି ନେତା ତଥା ସୁଲତାନପୁର ସାଂସଦ ବରୁଣ ଗାନ୍ଧୀ । ତେବେ ବରୁଣ ଏଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତିଛନ୍ତି ସେ । ନିଜ ପରିବାର ସହ ମୋଦିଙ୍କ ତୁଳନା କରି ତାଙ୍କ ପରିବାରର କେହି ମଧ୍ୟ ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି ।