ଓଡିଶା

odisha

ETV Bharat / elections

‘ମଶାଙ୍କୁ ଡ୍ରେସ ପିନ୍ଧାଇବା ଯାହା, ମୋଦିଙ୍କୁ ସତ କୁହାଇବା ତାହା’ - ୟୁପି

ମୋଦି ସରକାର ଠକ ସରକାର। ମଶାକୁ ଡ୍ରେସ ପିନ୍ଧେଇବା, ହାତୀଙ୍କୁ କୋଳରେ ଧରି ଝୁଲାଇବା ଯାହା, ମୋଦିଙ୍କ ପାଟିରୁ ସତ ବାହାର କରିବା ତାହା ବୋଲି ଏକ ନିର୍ବାଚନୀ ପ୍ରଚାର ସମୟରେ ଟାର୍ଗେଟ କରି ଟ୍ରୋଲ କରିଛନ୍ତି ନବଜୋତ ସିଦ୍ଧୁ ।

ଫାଇଲ ଫଟୋ

By

Published : Apr 22, 2019, 11:52 AM IST

ଲକ୍ଷ୍ନୌ: ସରିଛି 2ୟ ପ୍ରର୍ଯ୍ୟାୟ ଲୋକସଭା ନିର୍ବାଚନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର । ଏନେଇ ୟୁପିର ମୁରାଦାବାଦରେ ନିର୍ବାଚନୀ ପ୍ରଚାର ସମୟରେ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଖାଲି ସେତିକି ନୁହେଁ ମୋଦିଙ୍କୁ ହାତୀ ଓ ମଶା ସହ ତୁଳନା ମଧ୍ୟ କରିଛନ୍ତି ସିଦ୍ଧୁ ।

ରାମଲୀଲା ପଡିଆରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବା ସମୟରେ ସିଦ୍ଧୁ ମୋଦିଙ୍କୁ ନେଇ ଅନେକ କଟାକ୍ଷ କରିଛନ୍ତି । ସେ ମୋଦିଙ୍କ ଫିଲ୍ମକୁ ସମାଲୋଚନା କରି କହିଛନ୍ତି, ଫେକୁ ନମ୍ବର ଓ୍ବାନ ଓ ଝୁଠା ନମ୍ବର ଓ୍ବାନ । ସେ ଆହୁରି କହିଛନ୍ତି ମଶାକୁ ଡ୍ରେସ ପିନ୍ଧେଇବା, ହାତୀକୁ କୋଳରେ ସୁଆଇ ଝୁଲାଇବା ଓ ମୋଦିଙ୍କ ନିକଟରୁ ସତ ବାହାର କରିବା ଏହି 3ଟା ଯାକ କାମ ଅସମ୍ଭବ ଅଟେ ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ଚୌକିଦାରକୁ ନେଇ କହିଛନ୍ତି ଯେ, 'ତୁ ଚୌକିଦାର ହୈ ପୁରେ ଦେଶ ମୈ ହାହାକାର ହୈ' । ସେ ଆହୁରି କହିଛନ୍ତି ବାତ କରୋଡୋଁ କି, ଦୁକାନ ପକୋଡୋଁ କି ଓ ସଙ୍ଗତ ଭଙ୍ଗୋଡୋଁ କି ହେଁ । ଖାଲି ସେତିକି ନୁହେଁ ପ୍ରଚାର ସମୟରେ ନାରା ଦେଇ କହିଛନ୍ତି ଯେ, ପୁରେ ବ୍ରହ୍ମାଣ୍ଡ ମେଁ ସୋର ହେ ଚୌକିଦାର ଚୋର ହୈ ।

ଆୟୋଜିତ ସମାବେଶରେ ସେ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଇମରାନ ପ୍ରତାପଗଢିଙ୍କୁ ଜିତାଇବା ପାଇଁ ଲୋ କଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଏହାସହ ସିଦ୍ଧୁ ଆଶାୟୀ ପ୍ରାର୍ଥୀ ଇମରାନଙ୍କ ନାଁ ପରିବର୍ତ୍ତନ କରି ମୁରାଦାବାଦୀ ରଖିଛନ୍ତି । ସେ କହିଛନ୍ତି ଯେ, ଇମରାନ ମୋଦିଙ୍କ ପରି ଧୋକାବାଜ ନୁହଁ ଯିଏକି ପରବର୍ତ୍ତୀ ସମୟରେ ବଦଳିଯିବେ । ମୁଁ ମୋ ନିଜର ପଗଡି ଆପଣଙ୍କ ସମ୍ମୁଖରେ ରଖି କହୁଛି ଇମରାନଙ୍କ ପାଇଁ ଏହା ଦାବି କରୁଛି ।

ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ରାହୁଲ ଦେଇ ଥିବା ପ୍ରତିଶୃତି ସେ ପୁରଣ କରିଛନ୍ତି । କୃଷିଙ୍କ ଋଣ ଛାଡ କରିଛନ୍ତି । କିନ୍ତୁ ମୋଦି ଦେଇଥିବା ପ୍ରତିଶୃତି କିଛି ପୂରଣ କରିନାହାନ୍ତି । ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ସିଦ୍ଧୁ ପ୍ରଶ୍ନ କରିଛନ୍ତି ଯେ, ଗଙ୍ଗା ନଦୀ ପରିଷ୍କାର ହୋଇଗଲା କି ? ଆଉ କଳା ଧନ ଫେରସ୍ତ ଆସିଲେ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ଆସିବ । ହେଲେ କୁଆଡେ ଗଲା 15 ଲକ୍ଷ ଟଙ୍କା ? ମୋଦିଙ୍କୁ ଦୋଷାରପ କରି କହିଛନ୍ତି ପିଏନବି ଘୋଟାଲାର ଠକ ନୀରବ ମୋଦି ଦେଶାନ୍ତର ହେବାରେ ମୋଦିଙ୍କର ହିଁ ହାତ ରହିଛି । ତେଣୁ ଏ ସରକାର ଠକ ସରକାର କିନ୍ତୁ ରାହୁଲ ନୁହେଁ । ରାହୁଲ କଥା ଦେଇ ତାଙ୍କ କଥା ରଖନ୍ତି । ତେଣୁ ଏ ସରକାର ବଦଳିବା ଦରକାର ।

ଶେଷରେ ସେ ମୋଦିଙ୍କୁ ତାତ୍ସଲ୍ୟ କରି କହିଛନ୍ତି ମୋଦି ସରକାର ଆସିବା ପରେ ରୋଜଗାର ଖତମ, ବ୍ୟାପାର ଖତମ ଆଉ 'ଅବ କି ବାର ମୋଦି ବସ କର ୟାର କହି ସମାଲୋଚନା କରିଛନ୍ତି ' ଅବ ବୁରେ ଦିନ ଜାନେ ବାଲା ହୈ ଔର ରାହୁଲ ଗାନ୍ଧା ଆନେବାଲା ହୈ' କହିଥିଲେ । କଂଗ୍ରେସ ସରାକାର ଆସିଲେ ମୁରାଦାବାଦରେ 5 ବର୍ଷ ଭିତରେ 50 ବର୍ଷର ବିକାଶ ହେବ ବୋଲି ସିଦ୍ଧୁ ଲୋକଙ୍କୁ ସମ୍ବୋଧନ କରିଛନ୍ତି ।

ABOUT THE AUTHOR

...view details