ଭୋପାଳ: ସପ୍ତଦଶ ନିର୍ବାଚନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା 23ରେ ପ୍ରକାଶ ପାଇବ ନିର୍ବାଚନ ଫଳ । ଏବେ ପ୍ରଚାର ମୈଦାନରେ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । କ୍ଷମତା ବଜାୟ ରଖିବା ପାଇଁ ବିଜେପି ସବୁ ଶକ୍ତି ଲଗାଇ ଦେଇଥିବା ବେଳେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ କୌଣସି ସୁଯୋଗ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ।
ଆଜି ମଧ୍ୟପ୍ରଦେଶର ରତଲାମରେ ଏକ ନିର୍ବାଚନ ସଭାକୁ ସମ୍ମୋଧିତ କରି ମୁଖ୍ଯମନ୍ତ୍ରୀ କମଳନାଥ ପ୍ରଧାନମନ୍ତ୍ରୀଙ୍କୁ ହଲ୍ଲାବୋଲ ସମାଲୋଚନା କରିଛନ୍ତି । କମଳନାଥ କହିଛନ୍ତି ଆମେ କହିଥିଲୁ ଚାଷୀଙ୍କ ଋଣ ଛାଡ କରିବୁ । ଆମ ସରକାର ଗଠନର 125ଦିନ ପରେ ସାଧାରଣ ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେଲା ଆମ ପାଖରେ କେବଳ 75ଦିନ ସମୟଥିଲା ।