ଓଡିଶା

odisha

ETV Bharat / elections

ଚଳିତ ନିର୍ବାଚନ ସ୍ଥିର କରିବ କାଶ୍ମୀର ଭାରତର କି ନୁହେଁ: ଫାରୁକ ଅବଦୁଲ୍ଲା - CONG

ପୁଲୱାମା ହମଲାକୁ ନେଇ ସରକାରଙ୍କ ପାଖରେ ସୂଚନା ଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ । ଯଦ୍ବାରା ଏତେବଡ ଘଟଣା ଘଟିଲା କିନ୍ତୁ ସରକାର ଏୟାର ଷ୍ଟ୍ରାଇକର ବାହାବା ନେବାକୁ ଲାଗିଛନ୍ତି।

ଫାଇଲ ଫଟୋ

By

Published : Apr 14, 2019, 1:33 PM IST

ଶ୍ରୀନଗର: ଦେଶରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଅବଶିଷ୍ଟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି, ପ୍ରଚାର ଯୋରଦାର ଚାଲିଥିବାବେଳେ ଜାମ୍ମୁକାଶ୍ମୀରକୁ ନେଇ ବିବାଦ ବଢିବାରେ ଲାଗିଛି । ନେସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଗତକାଲି କାଶ୍ମୀରକୁ ନେଇ ପୁଣି ବିବାଦୀୟ ବୟାନ ଦେଇଛନ୍ତି । ଫାରୁକ ଦେଶଦ୍ରୋହୀ ବୟାନ ଦେଇ କହିଛନ୍ତିଯେ ଏହି ନିର୍ବାଚନରେ ସ୍ଥିର ହେବ କାଶ୍ମୀରର ଗୌରବ, ନିଜସ୍ବ ପରିଚୟ ଓ ସୁରକ୍ଷା ପାଇଁ ଭାରତରୁ ଅଲଗା ହେବ ନାଁ ରହିବ ।

ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଏହି 2019 ସାଧାରଣ ନିର୍ବାଚନ ସ୍ପଷ୍ଟ କରିବ କାଶ୍ମୀର ଭାରତର ଅଙ୍ଗ ହୋଇ ରହିବ ନା ନାହିଁ। ପୂର୍ବରୁ କାଶ୍ମୀର ପାଇଁ ସ୍ବତନ୍ତ୍ର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଦାବି କରିଥିବା ଫାରୁକ କାଶ୍ମୀରକୁ ନେଇ ବିବାଦୀୟ ବୟାନ ଦେବା ନୂଆ କଥା ନୁହେଁ। ଚଳିତ ନିର୍ବାଚନରେ ଶ୍ରୀନଗର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଫାରୁକ ଗତକାଲି ଏକ ନିର୍ବାଚନୀ ସଭାରେ ଏହାକହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଜୋରଦାର ସମାଲୋଚନା କରିଥିଲେ।

ସେ କହିଛନ୍ତି ପୁଲ୍ୱାମା ହମଲାକୁ ନେଇ ସରକାରଙ୍କ ପାଖରେ ସୂଚନା ଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ । ଯଦ୍ବାରା ଏତେବଡ ଘଟଣା ଘଟିଲା କିନ୍ତୁ ସରକାର ଏୟାର ଷ୍ଟ୍ରାଇକର ବାହାବା ନେବାକୁ ଲାଗିଛନ୍ତି ।

For All Latest Updates

ABOUT THE AUTHOR

...view details