ଓଡିଶା

odisha

ETV Bharat / elections

ଆଜି ନାମାଙ୍କନ ଭରିବେ କହ୍ନେୟା କୁମାର - nomination

ବେଗୁସରାୟ ଆସନରୁ ଆଜି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ଚର୍ଚ୍ଚିତ ଛାତ୍ରନେତା କହ୍ନେୟା କୁମାର । ବିଜେପି ପ୍ରାର୍ଥୀ ଗିରିରାଜ ସିଂହ ଏବଂ ଆରଜେଡିର ତନବୀର ହସନଙ୍କ ସହ ତାଙ୍କର ହେବ କଡ୍ଡା ଟକ୍କର ।

ଫାଇଲ ଫଟୋ

By

Published : Apr 9, 2019, 10:55 AM IST

ପାଟନା: ଫୋକସରେ ବେଗୁସରାୟ । ଏହି ଆସନରୁ ଆଜି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ଚର୍ଚ୍ଚିତ ଛାତ୍ରନେତା କହ୍ନେୟା କୁମାର । ସିପିଆଇରୁ ପ୍ରାର୍ଥୀ ହେଉଛନ୍ତି ଜେଏନୟୁ ଛାତ୍ର ସଙ୍ଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା । ବିଜେପି ପ୍ରାର୍ଥୀ ଗିରିରାଜ ସିଂହ ଏବଂ ଆରଜେଡିର ତନବୀର ହସନଙ୍କ ସହ ତାଙ୍କର ହେବ କଡ୍ଡା ଟକ୍କର ।

ନାମାଙ୍କନର ଦିନକ ପୂର୍ବରୁ କହ୍ନେୟା ଟ୍ବିଟ୍‌ କରି ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ମୁଁ ନାମାଙ୍କନ କରୁଛି । ହେଲେ ଏହି ଲଢେଇ ମୁଁ ଏକା ଲଢିବି ନାହିଁ । ମୋ ସହ ପ୍ରାର୍ଥୀ ଭାବରେ ଲଢିବେ ଶୋଷିତ ଏବଂ ନିଜ ଅଧିକାରରୁ ବଞ୍ଚିତ ଥିବା ସମସ୍ତ ବ୍ୟକ୍ତି ।

ତେବେ ଏହା ପୂର୍ବରୁ ବିଜେପି ପ୍ରାର୍ଥୀ ଗିରିରାଜ ସିଂହ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହା ବ୍ୟତୀତ ଆରଜେଡିର ତନବୀର ହସନ ମଧ୍ୟ ସୋମବାର ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୂଚନା ଯୋଗ୍ୟ, ଏହି ଆସନରେ ଚତୁର୍ଥ ପର୍ଯ୍ୟାୟରେ 29 ଏପ୍ରଲରେ ମତଦାନ ହେବ ।

ABOUT THE AUTHOR

...view details