ଓଡିଶା

odisha

ETV Bharat / elections

ଧାରା 370ର ସମୀକ୍ଷା ହେବାର ସମୟ ଆସିଯାଇଛି: ରାଜନାଥ ସିଂ - 2019

ରାଜନାଥ କହିଛନ୍ତି ବିଗତ ପାଞ୍ଚ ବର୍ଷରେ କାଶ୍ମୀର ସ୍ଥିତିରେ ବହୁତ ବଡ ପରିବର୍ତ୍ତନ ଆସିଛି, ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ କାଶ୍ମୀର ଯାଇଥିବା ଗୃହମନ୍ତ୍ରୀ ମୁଁ, ଏବେ ସମୟ ଆହ୍ବାନ କରିଛି ଧାରା 370 ଓ 35କ ଉପରେ ସମୀକ୍ଷା କରିବା ପାଇଁ, ଆଉ ଆମେ ଏହା କରିକି ରହିବୁ ବୋଲି ରାଜନାଥ କହିଛନ୍ତି  ।

ଫାଇଲ ଫଟୋ

By

Published : Apr 27, 2019, 3:17 PM IST

ଲକ୍ଷ୍ନୌ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ନିର୍ବାଚନ ପ୍ରଚାର ପାଇଁ ବର୍ତ୍ତମାନ ଲକ୍ଷ୍ନୌ ଗସ୍ତରେ ଥିବାବେଳେ ଏକ ନିର୍ବାଚନ ସଭାରେ ଧାରା 370 ଓ 35କ କୁ ନେଇ ବଡ ବୟାନ ଦେଇଛନ୍ତି । ରାଜନାଥ କହିଛନ୍ତି ସମୟ ଆସିଯାଇଛି ଏବେ ଧାରା 370 ଓ 35କ ଉପରେ ସମୀକ୍ଷା କରିବାକୁ ।

ରାଜନାଥ କହିଛନ୍ତି ବିଗତ ପାଞ୍ଚ ବର୍ଷରେ କାଶ୍ମୀର ସ୍ଥିତିରେ ବହୁତ ବଡ ପରିବର୍ତ୍ତନ ଆସିଛି, ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ କାଶ୍ମୀର ଯାଇଥିବା ଗୃହମନ୍ତ୍ରୀ ମୁଁ , ଏବେ ସମୟ ଆହ୍ବାନ କରିଛି ଧାରା 370 ଓ 35କ ଉପରେ ସମୀକ୍ଷା କରିବା ପାଇଁ, ଆଉ ଆମେ ଏହା କରିକି ରହିବୁ ବୋଲି ରାଜନାଥ କହିଛନ୍ତି ।


ଲକ୍ଷ୍ନୌର ଶିବଶାନ୍ତି ଆଶ୍ରମ ସିଂଗାରନଗରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସତ ଗତ ପାଞ୍ଚ ବର୍ଷରେ ଦେଶର ଚିତ୍ର ବଦଳି ଯାଇଛି । ମୋଦିଙ୍କ ନେତୃତ୍ବରେ ପରିଚାଳିତ ସରକାର ଯାହା କାମ କରିଛନ୍ତି ଖାଲି ଦେଶରେ ନୁହେଁ ସାରା ବିଶ୍ବରେ ପ୍ରଶଂସିତ ହୋଇଛି । ଏବେ ବିଶ୍ବରେ ଭାରତକୁ ନେଇ ବିଶ୍ବବାସୀଙ୍କ ଧାରଣ ବଦଳିଯାଇଛି । ଆମ ସରକାର ଦେଶର ସୁରକ୍ଷାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ବୋଲି ରାଜନାଥ କହିଛନ୍ତି । ଆଜି ଦେଶର ଆର୍ଥିକ ବିକାଶ ଦୃତଗତିରେ ବୃଦ୍ଧି ପାଉଛି, ଯଦି ଏହି ଧାରା ଲାଗିରହେ । ଆସନ୍ତା 2030 ସୁଦ୍ଧା ଦେଶ ବିକାଶିତ ଦେଶଙ୍କ ତାଳିକାରେ ଆସିବ ବୋଲି ରାଜନାଥ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦେଶରେ ଆତଙ୍କବାଦ, ନକ୍ସଲବାଦ ଓ ଉଗ୍ରବାଦ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆସିଛି । ଦେଶର ପୂର୍ବତ୍ତୋର ରାଜ୍ୟ ଗୁଡିକରେ ଶାନ୍ତି ପ୍ରତିଷ୍ଠା ହୋଇଛି । ଆଜି ଆମେ ଜଳ, ସ୍ଥଳ ଓ ବାୟୁ ସୁରକ୍ଷାକୁ ବ୍ୟାପକ କରିଛୁ , ଦେଶ ସୁରକ୍ଷାରେ ସମୂର୍ଣ୍ଣ ରୂପେ ଆମେ ସକ୍ଷମ । କୌଣସି ଦେଶ ଆମକୁ ନାଲି ଆଖି ଦେଖାଇପାରିବ ନାହିଁ ବୋଲି ରାଜନାଥ କହିଛନ୍ତି ।

ABOUT THE AUTHOR

...view details