ଓଡିଶା

odisha

By

Published : Oct 13, 2020, 2:17 PM IST

ETV Bharat / elections

ଖାଲି ପଡିଥିବା 11 ରାଜ୍ୟସଭା ଆସନ ପାଇଁ ନିର୍ବାଚନୀ ତାରିଖ ଘୋଷଣା

11 ରାଜ୍ୟସଭା ଆସନ ପାଇଁ ନିର୍ବାଚନୀ ତାରିଖ ଘୋଷଣା । ମଙ୍ଗଳବାର ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର 11 ସୁଦ୍ଧା ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦଶ । ଅଧିକ ପଢନ୍ତୁ...

11 ରାଜ୍ୟସଭା ଆସନ ପାଇଁ  ନିର୍ବାଚନ
11 ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଖାଲି ପଡିଥିବା 10ଟି ଓ ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତେବେ ନଭେମ୍ବର 25ରୁ 11ଟି ରାଜ୍ୟସଭା ଆସନ ଖାଲିପଡୁଥିବାରୁ ଏହିସବୁ ଆସନ ପାଇଁ ନଭେମ୍ବର 11 ସୁଦ୍ଧା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର 27 ସୁଦ୍ଧା ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସେହିଭଳି ନଭେମ୍ବର 2ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର 9 ସକାଳ 9ରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବାବେଳେ ଅହରାହ୍ନ 5ଟାରେ ଭୋଟଗଣତି ହେବ ।

11 ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଡ. ଚନ୍ଦ୍ରପାଲ ସିହଂ ଯାଦବ, ଜାବେଦ ଅଲି ଖାଁ, ଅରୁଣ ସିହଂ, ନୀରାଜ ଶେଖର, ପି ଏଲ ପୁନିଆ, ହରଦୀପ ସିଂହ ପୁରି, ରବି ପ୍ରକାଶ ଭର୍ମା, ରାଜାରାମ, ରାମଗୋପାଲ ଯାଦବ ଏବଂ ଭୀର ସିଂହଙ୍କ କାର୍ଯ୍ୟକାଳ ନଭେମ୍ବର 25ରେ ସରୁଥିବାରୁ ସେଠାରେ 10ଟି ରାଜ୍ୟସଭା ଆସନ ଖାଲି ପଡିଛି । ସେହିଭଳି ଉତ୍ତରାଖଣ୍ଡର ରାଜ ବାବରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେଠାରେ ଗୋଟିଏ ଆସନ ଖାଲି ପଡୁଛି । ତେଣୁ ନଭେମ୍ବର 11 ସୁଦ୍ଧା ସମସ୍ତ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

@ANI

ABOUT THE AUTHOR

...view details