ଓଡିଶା

odisha

ETV Bharat / elections

‘ଗଣତନ୍ତ୍ର ମହାକୁମ୍ଭରେ ବୁଡ ପକାନ୍ତୁ, ନୂଆ ଭାରତ ନିର୍ମାଣ କରନ୍ତୁ’ - ମହାକୁମ୍ଭରେ ବୁଡ

ଗଣତନ୍ତ୍ରର ମହାକୁମ୍ଭରେ ବୁଡ ପକାଇବାକୁ ଲୋକଙ୍କୁ ଆବେଦନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

ଫାଇଲ ଫଟୋ

By

Published : Apr 11, 2019, 10:51 AM IST

ପ୍ରୟାଗରାଜ: ଆଜି ହେଉଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଦେଶର 20ଟି ରାଜ୍ୟରେ ମତଦାନ ଚାଲିଛି । ଭୋଟରଙ୍କୁ ଭୋଟ ଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଅପିଲ କରିବା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଟ୍ବିଟ୍‌ କରିଛନ୍ତି ।

ସେ ଟ୍ବିଟ୍ କରି ଅଧିକରୁ ଅଧିକ ସଂଖ୍ୟାରେ ମତଦାନ ପାଇଁ ସାଧାରଣ ଜନତାଙ୍କ ନିକଟରେ ଅପିଲ୍ କରିଛନ୍ତି । ସେ ଟ୍ବିଟ୍‌ କରି ଲେଖଛନ୍ତି, ଆଜି ହେଉଛି ଗଣତନ୍ତ୍ର ମହାକୁମ୍ଭର ଶୁଭାରମ୍ଭ । ଆପଣ ମାନେ ଯେପରି ସାଂସ୍କୃତିକ ମହାକୁମ୍ଭରେ ଅଧିକ ସଂଖ୍ୟାରେ ଭାଗ ନେଉଛନ୍ତି । ସେହିପରି ଗଣତନ୍ତ୍ରର ମହାକୁମ୍ଭରେ ଅଧିକ ସଂଖ୍ୟାରେ ନିଶ୍ଚିତ ବୁଡ ପକାଇ ନୂତନ ଭାରତ ନିର୍ମାଣରେ ଅଂଶ ଗ୍ରହଣ କରନ୍ତୁ । ପ୍ରଥମେ ଭୋଟ୍‌ ଦିଅନ୍ତୁ ପରେ ଜଳପାନ କରନ୍ତୁ ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଟ୍ବିଟ୍ କରି ଭୋଟଦାନ ଲୋକଙ୍କୁ ନିବେଦନ କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି, ଲୋକସଭା ନିର୍ବାଚନର ଆଜି ହେଉଛି ପ୍ରଥମ ପର୍ଯ୍ୟାୟ । ସମସ୍ତଙ୍କୁ ନିବେଦନ କରୁଛି, ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନିଅନ୍ତୁ । ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରନ୍ତୁ ।

ABOUT THE AUTHOR

...view details