ଓଡିଶା

odisha

ETV Bharat / elections

‘ନିର୍ବାଚନ ସରିଲେ ଚୌକିଦାରଙ୍କୁ ଜେଲ ପଠାଇବି’ - Rafale

ମୋଦିଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପରିପ୍ରକାଶ କରି ଲୋକସଭା ନିର୍ବାଚନ ସରିବା ପରେ ଚୌକିଦାରଙ୍କୁ ଜେଲ ପଠାଇବା କଥା କହିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ରାଫେଲ ଟଙ୍କା ଚୋରି କରିଛନ୍ତି ତାହାର ତଦନ୍ତ କରି ଚୌକିଦାରଙ୍କୁ ଜେଲ ପଠାଇବେ ବୋଲି ସେ କହିଛନ୍ତି ।

ଫାଇଲ୍ ଫଟୋ

By

Published : Apr 5, 2019, 3:21 PM IST

Updated : Apr 5, 2019, 7:28 PM IST

ନୂଆଦିଲ୍ଲୀ: ଚୌକିଦାରଙ୍କୁ ଜେଲ ପଠାଇବେ ରାହୁଲ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଚୌକିଦାର ନାମକୁ ନେଇ ନୂଆ ପ୍ଲାନ କରିଛନ୍ତି। ମୋଦିଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପରିପ୍ରକାଶ କରି ଲୋକସଭା ନିର୍ବାଚନ ସରିବା ପରେ ଚୌକିଦାରଙ୍କୁ ଜେଲ ପଠାଇବା କଥା କହିଛନ୍ତି ରାହୁଲ। ମୋଦି ଯେଉଁ ରାଫେଲ ଟଙ୍କା ଚୋରି କରିଛନ୍ତି ତାହାର ତଦନ୍ତ କରି ଚୌକିଦାରଙ୍କୁ ଜେଲ ପଠା ବୋଲି ସେ କହିଛନ୍ତି।


ଗୁରୁବାର ନାଗପୁରର ଏକ ସଭାକୁ ରାହୁଲ ଉଦବୋଧନ ଦେବା ଅବସରରେ ରାଫେଲ ପ୍ରସଙ୍ଗ ଉଠାଇଥିଲ ମୋଦିଙ୍କ ଚୌକିଦାରପଣିଆ ଉପରେ ପ୍ରଶ୍ନ କରିଥିଲେ। ସେ କହିଥିଲେ, ମୋଦି ନିଜକୁ ଦେଶର ଚୌକିଦାର କହୁଛନ୍ତି। କିନ୍ତୁ ଚୌକିଦାର ଅନୀଲ ଅମ୍ବାନୀଙ୍କ ଘର ଆଗରେ ଚୌକିଦାରି କରୁଛନ୍ତି। ଶ୍ରମିକମାନଙ୍କ ଘର ଆଗରେ କେବେ ଆପଣମାନେ ଚୌକିଦାରଙ୍କୁ ଦେଖିଛ କି ବୋଲି ସେ ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି। ଅନୀଲ ଅମ୍ବାନୀଙ୍କ ଘର ଆଗରେ ହଜାର ହଜାର ଚୌକିଦାର ଅଛନ୍ତି, ଯେଉଁମାନେ ତାଙ୍କ ଚୌକିଦାରି କରିବା ପାଇଁ ଚୋରି କରିଛନ୍ତି। ଏହାସହ ରାହୁଲ କହିଛନ୍ତି 2014ରେ ବିଜେପିର ଅଚ୍ଛେ ଦିନ ଆୟେଙ୍ଗେ ସ୍ଲୋଗାନ ଦେଇଥିଲା ଏବେ 2019 ନିର୍ବାଚନରେ ଚୌକିଦାର ଚୋର ହୈ ନାରା ଦେଇଛି। 4 ବର୍ଷରେ କେବଳ ସ୍ଲୋଗାନ ବଦଳିଛି ଅନ୍ୟ କିଛି ବଦଳି ନଥିବା କଥା ସେ କହିଛନ୍ତି।

2014ରେ ମୋଦି ଦେଶବାସୀଙ୍କୁ ଦେଇ ଥିବା ବିଭିନ୍ନ ପ୍ରତିଶୃତି ପୂରଣ ନକରି ଥିବା କଥା ସେ କହି ସମାଲୋଚନା କରିଛନ୍ତି। ଏହାସହ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ରଖିଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା କଥା କହିଛନ୍ତି। ଏହାସହ ନିର୍ବାଚନ ପରେ ତଦନ୍ତ ହେବ। ଚୌକିଦାର ଜେଲରେ ଥିବେ ବୋଲି ଦୃଢୋକ୍ତି ବାଢିଛନ୍ତି।

Last Updated : Apr 5, 2019, 7:28 PM IST

For All Latest Updates

ABOUT THE AUTHOR

...view details