ଆମେଥି: ଉତ୍ତରପ୍ରେଦଶ ଆମେଥିରେ ମେ 6ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଗୁରୁବାର
ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ନାମାଙ୍କନ ଭରିବା ପୂର୍ବରୁ ସ୍ମୃତି ଓ ତାଙ୍କ ପତି ଯୁବିନି ଇରାନିଙ୍କ ସହ ଘରେ ପୂଜା ଓ ହୋମ କରିଥିବା ଘଟଣା ସାମ୍ନାକୁ ଆସିଥିଲା ।
ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କଲେ ସ୍ମୃତି ଇରାନୀ - କଂଗ୍ରେସ
କଂଗ୍ରେସର ଗଡ ଆମେଥିରୁ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଚଳିତ ନିର୍ବାଚନରେ ରାହୁଲଙ୍କୁ ଟକ୍କର ଦେବେ ସ୍ମୃତି ।
![ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କଲେ ସ୍ମୃତି ଇରାନୀ](https://etvbharatimages.akamaized.net/etvbharat/images/768-512-2969874-thumbnail-3x2-smirit.jpg)
ଫଟୋ ସୌଜନ୍ୟ: ଏଏନଆଇ
ଚଳିତ ନିର୍ବାଚନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ ସ୍ମୃତି । ତେବେ ଏହା ପୂର୍ବରୁ ଆମେଥିରୁ 3 ଥର ସାଂସଦ ରହିଆସିଥିବା ରାହୁଲ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ମା ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ, ଭିଣୋଇ ରବର୍ଟ ଭଦ୍ରା ଉପସ୍ଥିତ ଥିଲେ ।
ତେବେ 2014 ନିର୍ବାଚନରେ ସ୍ମୃତି ରାହୁଲଙ୍କ ଠାରୁ 1 ଲକ୍ଷ ଭୋଟରେ ହାରିଥିଲେ ।
Last Updated : Apr 12, 2019, 2:43 PM IST