ଓଡିଶା

odisha

ETV Bharat / elections

ମେ 23 ପରେ ଟଳିବ କର୍ଣ୍ଣାଟକ ସଂକଟ ! - JDS

ବର୍ଷତମାମ କର୍ଣ୍ଣାଟକ ରାଜନୀତିକୁ ନେଇ ଲାଗିରହିଥିବା ଛକାପଞ୍ଝାରେ ପଡିବ ଯବନିକା । କର୍ଣ୍ଣାଟକ ସଂକଟ ଟାଳିବା ପାଇଁ ଉଭୟ ଦଳ କରୁଛନ୍ତି ଉଦ୍ୟମ !

ଡିଜାଇନ ଫଟୋ

By

Published : May 14, 2019, 12:32 PM IST

ବେଙ୍ଗାଲୁରୁ: ଦେଶରେ ସାଧାରଣ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା 23ରେ ଫଳାଫଳ ମଧ୍ୟ ଆସିବ । ତେବେ ମେ 23 ପରେ ଦେଶର ରାଜନୈତିକ କ୍ଷେତ୍ରରେ ଅନେକ କିଛି ଦେଖିବାକୁ ମିଳିପାରେ । ଏହାସହ ଏହି ଲୋକସଭା ନିର୍ବାଚନ ଦେଶର ଅନେକ ନେତାଙ୍କ ରାଜନୈତିକ ଜୀବନ ବଦଳାଇବା ସହ କିଛି ରାଜ୍ୟର ଶାସକ ମଧ୍ୟ ବଦଳାଇ ଦେଇପାରେ ।

ମେ 23କୁ ଆହୁରି 8ଦିନ ସମୟ ଥିଲେ ମଧ୍ୟ ଏବେଠୁ ଚାଲିଲାଣି ରାଜନୈତିକ ପଣ୍ଡିତଙ୍କ ହିସାବ ନିକାସ । ତେବେ ଏହି ନିର୍ବାଚନ ଫଳାଫଳ ପରେ ବିଶେଷ କରି କର୍ଣ୍ଣାଟକ ରାଜନୀତିରେ କିଛି ଓଲଟପାଲଟ ଦେଖିବାକୁ ମିଳିପାରେ । କାରଣ ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ-ଜେଡିଏସ ସରକାର ଆସିବା ଦିନଠାରୁ ସରକାରର ଭବିଷ୍ୟତକୁ ନେଇ ଆଶଙ୍କା ଲାଗିରହିଛି । କେତେବେଳେ କଂଗ୍ରେସ- ଜେଡିଏସ ମଧ୍ୟରେ ଫାଟ ତ କେତେବେଳେ ବିଜେପିର ସରକାର ଗଢିବା ପାଇଁ ପ୍ରୟାସ କରିବା ଏସବୁକୁ ନେଇ ସରକାରର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ଯଦିଓ ଉଭୟ ମେଣ୍ଟର ସଂଖ୍ୟାଗରିଷ୍ଠତା ଅଛି ତଥାପି ମେଣ୍ଟକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି ।

କାରଣ କଂଗ୍ରେସ ନେତା କେସି ବେଣୁଗୋପାଳ କିଛିଦିନ ତଳେ କହିଥିଲେ ମେ 23 ପରେ କିଛି ବିଜେପି ବିଧାୟକ କଂଗ୍ରେସରେ ସାମିଲ ହେବେ । କଂଗ୍ରେସ ନେତାଙ୍କ ଏହି ବୟାନ ପରେ କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ ୟେଦୁରପ୍ପା କହିଛନ୍ତି ମେ 23 ପରେ 20ରୁ ଅଧିକ ବିଧାୟକ, ଯେଉଁମାନେ କୁମାର ସ୍ବାମୀଙ୍କ ସରକାରରେ ଖୁସି ନୁହଁନ୍ତି ସେମାନେ ବିଜେପିରେ ଯୋଗଦେବେ ଏବଂ ଖୁବଶୀଘ୍ର କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବ ବୋଲି କହିଛନ୍ତି ୟେଦୁରପ୍ପା ।

ସୂଚନା ଯୋଗ୍ଯ, କିଛିଦିନ ତଳେ ୟେଦୁରପ୍ପା କହିଥିଲେ ଯଦି ବିଜେପି କର୍ଣ୍ଣାଟକରେ 22 ଟି ଲୋକସଭା ସିଟରେ ବିଜୟୀ ହେବ ତେବେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବ ।

ABOUT THE AUTHOR

...view details