ଓଡିଶା

odisha

ETV Bharat / crime

ମାନିଲାନି ପ୍ରେମିକା, ୧୮ ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ

ପ୍ରେମ ପ୍ରତିବଦଳରେ ପ୍ରେମିକାର ଜୀବନ ନେବାକୁ ପଛାଇଲା ନାହିଁ ସୈତାନ ପ୍ରେମିକ । ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାରୁ ୧୮ ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ । ଅଧିକ ପଢନ୍ତୁ...

ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାକୁ ୧୮ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ
ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାକୁ ୧୮ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ

By

Published : Nov 11, 2021, 3:17 PM IST

ହାଇଦ୍ରାବାଦ:ରକ୍ତ ମୁଖା ହେଲା ପ୍ରେମିକ । ପ୍ରେମ ପ୍ରତିବଦଳରେ ପ୍ରେମିକାର ଜୀବନ ନେବାକୁ ପଛାଇଲା ନାହିଁ ସୈତାନ ପ୍ରେମିକ । ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାରୁ ୧୮ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନା ରଙ୍ଗାରେଡି ଜିଲ୍ଲାର ଏଲବି ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ବିକରାବାଦ ଜିଲ୍ଲା ଚନ୍ଦ୍ରକାଲ ଗାଁର ଶିରିଶା ଥିମାରେଡିପାଲ୍ଲୀ ଗ୍ରାମର ଯୁବକ ବସୱାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉଭୟଙ୍କ ବିବାହ ପାଇଁ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ପରିବାର ଲୋକେ ଏଥିରେ ରାଜି ନହୋଇ ଝିଅର ଅନ୍ୟତ୍ର ବିବାହ ଠିକ କରିଥିଲେ । ତେବେ ବିବାହ ପାଇଁ ଯୁବତୀଜଣଙ୍କ ନିର୍ବନ୍ଧ ପରେ ରଙ୍ଗାରେଡି ଜିଲ୍ଲାର ହାସ୍ତିନାପୁରମ ମାମୁଁ ଘରେ ରହୁଥିଲେ । ଏ ବିଷୟରେ ପ୍ରେମିକ ଜାଣିପାରି ଉକ୍ତସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଶେଷ ଥର ଦେଖା କରିବା ପାଇଁ ଡାକିଥିଲେ ।

ତେବେ ଯୁବତୀ ଜଣଙ୍କ ଯିବା ପରେ ପ୍ରେମିକ ବସଓ୍ବା ତାଙ୍କୁ ବିବାହ ପାଇଁ ନିବେଦନ କରିଥିଲେ । ହେଲେ ପ୍ରେମିକା ଜଣଙ୍କ ଏଥିରେ ଅମଙ୍ଗ ହେବାରୁ ଏକ ଛୁରୀରେ ଯୁବତୀ ଜଣଙ୍କୁ ୧୮ଥର ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ ବସଓ୍ବା । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯିବା ପରେ ଶିରିଶାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଏକ ହତ୍ୟାମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details