ଓଡିଶା

odisha

ETV Bharat / crime

ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ, ଚାରେ ବିଷ ଦେଇ ମାଆକୁ ହତ୍ୟା କଲା ଝିଅ - ଚାରେ ବିଷ ଦେଇ ମାଆକୁ ହତ୍ୟା କଲା ଝିଅ

ମାଆ ଝିଅ ସମ୍ପର୍କରେ ରକ୍ତର ଛିଟା । ସମ୍ପତ୍ତି ହଡପ କରିବାରୁ ପ୍ରତିବନ୍ଧକ ସାଜିବାରୁ ମାଆକୁ ହତ୍ୟା କଲା ଝିଅ । ଅଧିକ ପଢନ୍ତୁ

ସମ୍ପତ୍ତି ଯୋଗୁଁ ସମ୍ପର୍କ ତୁଚ୍ଛ, ଚାରେ ବିଷ ଦେଇ ମାଆକୁ ହତ୍ୟା କଲା ଝିଅ
ସମ୍ପତ୍ତି ଯୋଗୁଁ ସମ୍ପର୍କ ତୁଚ୍ଛ, ଚାରେ ବିଷ ଦେଇ ମାଆକୁ ହତ୍ୟା କଲା ଝିଅ

By

Published : Aug 26, 2022, 10:49 AM IST

ଥୁରୁଅନନ୍ତପୁରମ: ସମ୍ପତ୍ତି ଯୋଗୁଁ ସମ୍ପର୍କ ତୁଚ୍ଛ । ସମ୍ପତ୍ତି ଲୋଭରେ ମାଆର ସ୍ନେହକୁ ଭୁଲି ଗଲା ଝିଅ । ମାଆକୁ ହତ୍ୟା କରିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଜୀବନ ନେବାକୁ ପଛାଇଲାନାହିଁ ଝିଅ । ଚା’ରେ ମୂଷା ମରା ଔଷଧ ଦେଇ ମାଆକୁ ହତ୍ୟା ପରେ ସମ୍ପତ୍ତି ହଡପ କରିବାକୁ ବସିଥିବା ବେଳେ ଝିଅକୁ ବାନ୍ଧିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳର ଥ୍ରୀଶୁର ଜିଲ୍ଲାର କୁନ୍ନାମକୁଲା ଅଞ୍ଚଳରେ ।

କୁନ୍ନାମକୁଲା ପୋଲିସ ଷ୍ଟେସନର ଜଣେ ବରିଷ୍ଠ ଅଧିକାରୀଙ୍କ କହବା ଅନୁଯାୟୀ, ''ଗତ ଅଗଷ୍ଟ ୧୮ ତାରିଖ ଦିନ ମହିଳାଙ୍କ ମାଆ ଚା’ ପିଇବା ପରେ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର କିଛି ଜାଣିନପାରିବାରୁ ତାଙ୍କୁ ଆଉ ଏକ ହସ୍ପିଚାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧା ଜଣଙ୍କ ମୃତ୍ୟୁବରଣ କରିଥିଲେ ।’’ ତେବେ ଗତ ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ମୂଷା ମରା ଔଷଧ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏନେଇ ବୃଦ୍ଧଙ୍କ ଝିଅଙ୍କୁ ପଚାରିବାରୁ ସେ ସମ୍ପତ୍ତି ପାଇବା ଲୋଭରେ ମାଆଙ୍କୁ ହତ୍ୟା ସ୍ବୀକାର କରିଥିବା ପୋଲିସ କହିଛି ।

ବୃଦ୍ଧା ଜଣଙ୍କ ଝିଅ ବିବାହିତା ହୋଇଥିବା ବେଳେ ତାଙ୍କର ତାଙ୍କ ୨ଟି ସନ୍ତାନ ରହିଛି । ଗତ ୧୨ ବର୍ଷ ହେଲା ମହିଳା ସ୍ବାମୀ ବିଦେଶରେ ରହୁଥିବା ବେଳେ ସେ ବାପଘରେ ରହୁଥିଲେ । ତେବେ ଝିଅର ଆଖି ମାଆର ସମ୍ପତ୍ତି ଉପରେ ରହୁଥିବା ବେଳେ ଅନେକ ସମୟରେ ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୁଏ । ତେବେ ସମ୍ପତ୍ତି ହଡପରେ ବୃଦ୍ଧା ଜଣଙ୍କ ବାଧକ ସାଜିବାରୁ ସେ ତାଙ୍କୁ ହତ୍ୟା କରିଥିବା ମହିଳା ଜଣଙ୍କ ସ୍ବୀକାର କରିଛନ୍ତି । ଏନେଇ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, '' ମୋତେ ମଧ୍ୟ ଚା’ରେ ବିଷ ମିଶାଇ ପିଇବାକୁ ଦିଆଯାଇଥିଲା, କିନ୍ତୁ ମୋତେ ସ୍ବାଦ ଠିକ ନଲାଗିବାରୁ ମୁଁ ପିଇନଥିଲି'' । ଏହାପରେ ବୃଦ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡିଛି ।

ABOUT THE AUTHOR

...view details