ସୋନପୁର:ବିରମହାରାଜପୁର ପୋଲିସ (Birmaharajpur police)କୁ ସଫଳତା । ଆନ୍ତଃ ଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିବା ସହ ୨ଜଣଙ୍କୁ ଗିରଫ କଲା ପୋଲିସ । ଏଥିସହ ବୀରମହାରାଜପୁର ପୋଲିସ ଦ୍ବାରା ମୋଟ ୧୨ ଗୋଟି ବାଇକ ଜବତ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଥିବା ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରି କରି ନମ୍ବର ପ୍ଲେଟ ବଦଳାଇ କମ ଦରରେ ବିକ୍ରି କରୁଥିଲେ । ତେବେ ଗତ ଫେବୃଆରୀ ମାସରେ ହିଙ୍ଗମା ଗାଁର ଉମେଶ ମାଝିଙ୍କ ଗାଡି ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ବୀରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତର ୬ମାସ ପରେ ବାଇକ ଚୋରି ରାକେଟକୁ ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବୌଦ୍ଧ ଜିଲ୍ଲାର ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ଦ୍ବୟଙ୍କୁ ଅଟକ ରଖିଥିବା ଜଣାପଡିଛି । ଗଞ୍ଜେଇ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ଏହି ସବୁ ଚୋରି ବାଇକ ବିକ୍ରି କରଥିାଯାଉଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସବିଶେଷ ସୂଚନା ଦେଇଛନ୍ତି ।