ଓଡିଶା

odisha

ETV Bharat / crime

ବିପଦରେ ବନ୍ୟଜନ୍ତୁ; ନୟାଗଡରୁ ବାଘ ଛାଲ ଓ ହାତୀଦାନ୍ତ ଜବତ - ନୟାଗଡରୁ ବାଘ ଛାଲ ଓ ହାତୀଦାନ୍ତ ଜବତ

ନୟାଗଡରେ ବନ୍ୟଜନ୍ତୁଙ୍କ ପାଇଁ ବଢିବାରେ ଲାଗିଛି ବିପଦ । ଆଜି ଏସଟିଏଫ ଚଢାଉ କରି ଦୁଇଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ ହୋଇଛି । ଅଧିକ ପଢନ୍ତୁ...

ବିପଦରେ ବନ୍ୟଜନ୍ତୁ; ନୟାଗଡରୁ ବାଘ ଛାଲ ଓ ହାତୀଦାନ୍ତ ଜବତ
ନୟାଗଡରୁ ବାଘ ଛାଲ ଓ ହାତୀଦାନ୍ତ ଜବତ

By

Published : Apr 25, 2021, 12:47 PM IST

Updated : Apr 25, 2021, 1:00 PM IST

ଭୁବନେଶ୍ବର: ବିପଦରେ ବନ୍ୟଜନ୍ତୁ । ନୟାଗଡରୁ ଜବତ ହେଲା ବାଘଛାଲ ଓ ହାତୀ ଦାନ୍ତ । ଦୁଇଟି ହାତୀ ଦାନ୍ତ ସମେତ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ । ନୟାଗଡ ମହାନଦୀ ବନ୍ଧ କଡଗଣିଆ ଚାମୁଣ୍ଡେଇ ମହାକାଳପାତ ମନ୍ଦିର କଡରେ ଡିଲ ଚାଲିଥିବାବେଳେ ଚଢାଉ କରିଥିଲେ ଏସଟିଏଫ ।

ନୟାଗଡରୁ ବାଘ ଛାଲ ଓ ହାତୀଦାନ୍ତ ଜବତ

ଏହି ଘଟଣାରେ ଏସଟିଏଫ ଦୁଇ ଜଣକୁ ଗିରଫ କରିଛି । କଟକର ରମେଶ ପ୍ରତିହାରି, ନୟାଗଡର ହିମ୍ବାଧର ତରେଇ ଏସଟିଏଫ ହାବୁଡରେ ଧରାପଡିଛନ୍ତି । ବିଗତ ଏକ ବର୍ଷ ମଧ୍ୟରେ 15ଟି ମାମଲାରେ ଏଯାବତ 29 ଜଣକୁ ଗିରଫ କରାଯାଇଛି । 13ଟି ବାଘ ଛାଲ 9ଟି ହାତଦାନ୍ତ 2ଟି ହରିଣ ଛାଲ , 3ଟି ବଜ୍ରକାପ୍ତା ସହ 5 କେଜି ବଜ୍ରକାପ୍ତା ଛାଲ ମଧ୍ୟ ଜବତ ହୋଇଛି ।ଅନ୍ୟପଟେ, ନୟାଗଡ ଅଞ୍ଚଳରୁ ବାରମ୍ବାର ବାଘ ଓ ଦାତୀ ଦନ୍ତ ତସ୍କରୀ ହେଉଥିଲେ ମଧ୍ୟ ଏଥିରେ ରୋକ ଲାଗି ପାରୁନି ।

ଭୁବନେଶ୍ବରରୁ ତାପସ ପରିଡା ଓ ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିିଭି ଭାରତ

Last Updated : Apr 25, 2021, 1:00 PM IST

ABOUT THE AUTHOR

...view details