ଓଡିଶା

odisha

ETV Bharat / crime

ବ୍ୟାଙ୍କ କ୍ୟାସିୟର କରୁଥିଲେ ଗଞ୍ଜେଇ ଚାଲାଣ, ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF - ବ୍ୟାଙ୍କ କ୍ୟାସିୟର କରୁଥିଲେ ଗଞ୍ଜେଇ ଚାଲାଣ

STF ପଞ୍ଝାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କିଶୋରନଗର ଅନୁଗୁଳ ବ୍ରାଞ୍ଚର କ୍ୟାସିୟର ସୁଶାନ୍ତ କୁମାର ସାହୁ । ଗଞ୍ଜେଇ ଚାଲାଣ ବେଳେ ଗିରଫ କଲା STF । ଅଧିକ ପଢନ୍ତୁ

ବ୍ୟାଙ୍କ କ୍ୟାସିୟର କରୁଥିଲେ ଗଞ୍ଜେଇ ଚାଲାଣ, ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF
ବ୍ୟାଙ୍କ କ୍ୟାସିୟର କରୁଥିଲେ ଗଞ୍ଜେଇ ଚାଲାଣ, ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF

By

Published : Mar 22, 2022, 12:35 PM IST

Updated : Mar 22, 2022, 1:29 PM IST

ଭୁବନେଶ୍ବର: ବ୍ୟାଙ୍କ କ୍ୟାସିୟରଙ୍କ କୋଟିପତି ହେବା ନିଶା । ଗଞ୍ଜେଇ ଚାଲାଣ କରି ଭାବିଥିଲେ ରାତାରାତି ହେବେ ମାଲେ ମାଲ । ଏଥି ପାଇଁ ରଖିଥିଲେ ଜଣେ ସହଯୋଗୀ ଓ କିଣିଥିଲେ ଏକ୍ସୟୁଭି କାର। କିନ୍ତୁ କୋଟିପତି ହେବା ନିଶାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛି ଏସଟିଏଫ । ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଜି ଏସଟିଏଫ ହାତରେ ଧରାପଡି ଗିରଫ ହୋଇଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କିଶୋରନଗର ଅନୁଗୁଳ ବ୍ରାଞ୍ଚର କ୍ୟାସିଅର ସୁଶାନ୍ତ କୁମାର ସାହୁ । ପ୍ରାୟ ୧ କ୍ବିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ କରିଛି STF ।

ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF

ସୂଚନା ଅନୁଯାୟୀ ଆଜି ଏକ କାରରେ ଏହି ସବୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୁରାକ ପାଇଥିଲା ଏସଟିଏଫ୍ ଟିମ । ଏହାପରେ ଅନୁଗୁଳ କିଶୋର ନଗର‌ ଅଞ୍ଚଳର ବାଙ୍କ ପଳାଶା ନିକଟରୁ କାର ସହ ଗଞ୍ଜେଇ ଜବତ କରିଥିଲା ଏସଟିଏଫ । ଯାହାର ମାଷ୍ଟର ମାଇଣ୍ଡ ଥିଲେ ବ୍ୟାଙ୍କ କ୍ଲର୍କ ସୁଶାନ୍ତ କୁମାର ସାହୁ। ଏସଟିଏଫ୍ ତାକୁ ଗିରଫ କରିବା ସହ ତାଙ୍କ ସହଯୋଗୀ ଜୁଗଳ ସାହୁକୁ ମଧ୍ୟ ଗିରଫ କରିଥିଲା।

ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF
ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF

ସେମାନଙ୍କ ଠାରୁ ଏକ କାର ସହ ବାଇକ ସମେତ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରୁଛି ଏସଟିଏଫ୍ ଟିମ। ଏନେଇ ଏକ ଏନଡିପିଏସ ଓ ଆର୍ମସ ଆକ୍ଟ ମାମଲାରେ ଦୁଇଜଣଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 22, 2022, 1:29 PM IST

ABOUT THE AUTHOR

...view details