ଅମରାବତୀ:ଠେଲା ଦୋକାନରୁ ଲୁଗା ଚୋରି କରି ଗିରଫ ହେଲେ ଦୁଇ ପୋଲିସ ବାବୁ । ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ପିଭିକେଏନ୍ କଲେଜ ପାଖ ରାସ୍ତାରେ ଜଣେ ବ୍ୟବସାୟୀ ଏକ ଛୋଟିଆ କାରରେ ବୁଲି କପଡ଼ା ବିକ୍ରି କରନ୍ତି । ତେବେ ଦିନମାନ କପଡ଼ା ବିକ୍ରି କରିବା ପରେ ସେହି ସ୍ଥାନରେ ଗାଡ଼ି ରଖି ଠେଲା ଉପରେ କପଡ଼ା ଘୋଡ଼ାଇ ଘରକୁ ଚାଲି ଯାଆନ୍ତି ।
ଗତ କିଛିଦିନ ହେଲେ ଠେଲାରେ କପଡ଼ା ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ସେ ସକାଳୁ ଦେଖିବାକୁ ପାଇଥିଲେ । ଚୋରି ସନ୍ଦେହରେ ପାଖରେ ଲୁଚାଇ ଲଗାଇଥିବା ସିସିଟିଭି ଫୁଟେଜ ଦେଖିବାପରେ ସେ ଅବାକ ହୋଇ ପଡ଼ିଥିଲେ । କାରଣ ଠେଲାରୁ କପଡ଼ା ତ ଚୋରି ହେଉଥିଲା, ହେଲେ ଚୋର ଆଉ କେହି ନଥିଲେ, ଚୋରି କରୁଥିଲେ ପାଖ ପୋଲିସ ଷ୍ଟେସନର ଜଣେ କନେଷ୍ଟବଳ ଓ ସବ୍ ଇନ୍ସପେକ୍ଟର । ସିସିଟିଭିରେ କନେଷ୍ଟବଳ ଜଣକ ପୋଲିସ ପୋଷାକରେ ଥିବା ମଧ୍ୟ ଦେଖା ଯାଉଛି ।